(Video) ଥାଇଲାଣ୍ଡ ଉପରେ ରକେଟ ବର୍ଷା! କମ୍ବୋଡ଼ିଆ ଆଟାକରେ ବ୍ୟାଙ୍କକ ଗ୍ୟାସ୍ ଷ୍ଟେଶନ ଧ୍ୱସ୍ତ

ଫୁରସତ ଦେଉନି କମ୍ବୋଡ଼ିଆ । ଘନ ଘନ ରକେଟ ମାଡ଼ରେ ଅସ୍ତବ୍ୟସ୍ତ ଥାଇଲାଣ୍ଡ ।

ବ୍ୟାଙ୍କକ୍: ରୁଷ-ୟୁକ୍ରେନ୍ , ଇସ୍ରାଏଲ-ଇରାନ୍, ଇସ୍ରାଏଳ-ହମାସ ପରେ ଆଉ ଦୁଇ ଏସୀୟ ଦେଶ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । କମ୍ବୋଡ଼ିଆ ଏବଂ ଥାଇଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ ପରିସ୍ଥିତି ।

କମ୍ବୋଡିଆ ପକ୍ଷରୁ ଥାଇଲାଣ୍ଡ ଉପରେ ଘନ ଘନ ରକେଟ୍ ମାଡ଼ ଚାଲିଛି । ଯାହାକୁ ନେଇ ଥାଇଲାଣ୍ଡର ଅନେକ ଧନ ଜୀବନ କ୍ଷତିଗ୍ରସ୍ତ ହୋଇଛି ।

କମ୍ବୋଡିଆର ରକେଟ୍ ଆକ୍ରମଣରେ ଥାଇଲାଣ୍ଡର ଏକ ଗ୍ୟାସ ଷ୍ଟେଶନ୍ ଧ୍ୱସ୍ତ ହୋଇଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଥାଇଲାଣ୍ଡ ପକ୍ଷରୁ କମ୍ବୋଡିଆ ଉପରେ ଏୟାର ଷ୍ଟ୍ରାଇକ୍ ଆରମ୍ଭ ହୋଇଯାଇଛି ।

ବର୍ତ୍ତମାନ ସୁଦ୍ଧା ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସ୍ଥିତିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୪ରୁ ଅଧିକ ଳୋକ ଆହତ ହୋଇଛନ୍ତି । ଥାଇଲାଣ୍ଡ ଉପରେ ଆକ୍ରମଣ ସମୟରେ ଗ୍ୟାସ ଟ୍ୟାଙ୍କ ନିକଟରେ ମୁତୟନ ଯବାନ ଭୂଇଁରେ ଶୋଇପଡ଼ିଥିବା ଦେଖିବାକୁ ମିଳିଛି ।

ଥାଇଲାଣ୍ଡ ଓ କମ୍ବୋଡିଆରେ ଥିବା ନାଗରିକଙ୍କୁ ତୁରନ୍ତ ସ୍ୱଦେଶକୁ ଫେରିଆସିବାକୁ କହିଛି ଆମେରିକା । ଦିନ ବିତିବା ସହ ଥାଇଲାଣ୍ଡ ଓ କମ୍ବୋଡ଼ିଆ ମଧ୍ୟରେ ସ୍ଥିତି ଅଣାୟତ୍ତ ହେବାକୁ ଯାଉଥିବା ଆଶଙ୍କା କରାଯାଉଛି ।