ନୂଆଦିଲ୍ଲୀ: ସାଉଥ ସିନେମା ଜଣାଶୁଣା ଷ୍ଟାର ତଥା ରାଜନେତା ବିଜୟକାନ୍ତଙ୍କ ପରଲୋକ ଖବର ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଛି । ସେ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ, ଯାହା ପରେ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ।
ଏହି ସମୟରେ ଅନ୍ତିମ ସଂସ୍କାରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସୁପରଷ୍ଟାର ଥଲପଥି ବିଜୟଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଆକ୍ରମଣ କରିଥିଲେ ।
ତେବେ ଅନ୍ତିମ ସଂସ୍କାରରେ ବିଦାୟ ଦେବାକୁ ଆସିଥିବା ବେଳେ କେହି ଜଣେ ବିଜୟଙ୍କୁ ଜୋତାରେ ଆକ୍ରମଣ କରିଥିଲେ । ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ବିଜୟ ଏକ ବିରାଟ ଭିଡ଼ ଦେଇ ଯାଉଥିବାର ନଜର ଆସିଛନ୍ତି ।
ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନେ ମଧ୍ୟ ତୀବ୍ର ମନ୍ତବ୍ୟ ଦେଉଛନ୍ତି । ଜଣେ ପ୍ରଶଂସକ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି, ବିଜୟଙ୍କ ପ୍ରତି ଏହି ଅସମ୍ମାନ ଆଚରଣକୁ ଆମେ ଦୃଢ଼ ନିନ୍ଦା କରୁଛୁ । ସେ କିଏ ହୁଅନ୍ତୁ ନା କାହିଁକି, ସେମାନେ ଆମ ସ୍ଥାନକୁ ଆସିବା ପରେ ଆମେ ସେମାନଙ୍କୁ ସମ୍ମାନ ଦେବା ଉଚିତ୍ । ଅନେକ ଲୋକ ସେମାନଙ୍କର ପ୍ରିୟ ଷ୍ଟାରଙ୍କ ସହ ଏପରି ଆଚରଣ ଦେଖିବା ପରେ ନିଜର ଆପତ୍ତି ଜଣାଇଛନ୍ତି ।
We #Ajith fans strongly condemneding this disrespect behaviour to vijay . whoever it may be, we should respect when they came to our place.
Throwing slipper to @actorvijay is totally not acceptable 👎🏻
Stay strong #Vijay #RIPCaptainVijayakanth pic.twitter.com/dVg9RjC7Yy
— AK (@iam_K_A) December 29, 2023