fbpx

୬ଘଣ୍ଟା ପରେ ବୋରୱେଲରୁ ବାହାରିଲା ଶିଶୁପୁତ୍ର: ଚିକିତ୍ସା ପାଇଁ ନିଆଗଲା ମେଡିକାଲ

Advertisement

ସମ୍ବଲପୁର: ଦୀର୍ଘ ୬ ଘଣ୍ଟା ଧରି ଚାଲିଥିବା ରେସ୍କ୍ୟୁ ଅପରେସନ ପରେ ବର୍ତ୍ତମାନ ଶିଶୁକୁ ବାହାର କରାଯାଇଛି । ସେ ଜଣେ ଶିଶୁପୁତ୍ର ବୋଲି ଜଣାପଡିଛି । ତେବେ ବହୁ ସମୟର ପ୍ରଚେଷ୍ଟା ପରେ ଏବେ ସଫଳତା ମିଳିଛି । ଉଦ୍ଧାର କାର୍ଯ୍ୟ ସମୟରେ ବାହାରେ ଡାକ୍ତରଙ୍କ ସହ ଆମ୍ବୁଲାନ୍ସ ମହଜୁଦ ଥିଲା । ଶିଶୁପୁତ୍ରର ଉଦ୍ଧାର ପରେ ଶିଶୁପୁତ୍ରକୁ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା ଦିଆଯିବା ସହ ହସ୍ପିଟାଲକୁ ନିଆଯାଇଛି ।

ଦୀର୍ଘ ସମୟ ପ୍ରଚେଷ୍ଟା ପରେ ସଫଳ ହୋଇଛି ରେସ୍କ୍ୟୁ ଅପରେସନ। ବୋରୱେଲରେ ଫସିରହିଥିବା ନବଜାତ ଶିଶୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି। ରେସ୍କ୍ୟୁ ଟିମର ଅକ୍ଲାନ୍ତ ପରିଶ୍ରମ ବଳରେ ଏହି ବଡ଼ ଅପରେସନ ସଫଳ ହୋଇଛି। ବୋରୱେଲର ଲୁହା ପାଇପ୍ କାଟିବା ପରେ ନବଜାତ ଶିଶୁଟି ଉଦ୍ଧାର ହୋଇଛି। ତେବେ ଉଦ୍ଧାର ପରେ ଡାକ୍ତର ତା’ର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି। ଶିଶୁଟି ଜୀବନ୍ତ ଥିବା ବେଳେ ତାର ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯାଉଛି। ଏହାକୁ ନେଇ ସବୁଠି ଖୁସିର ବାତାବରଣ ସୃଷ୍ଟି ହୋଇଛି। ଗୋଡ଼ରେ କୁନି ଶିଶୁର ଆଘାତ ଲାଗିଥିବା ଜଣାପଡିଛି । ତେବେ ଉଦ୍ଧାରକାରୀଙ୍କ ସଫଳତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Get real time updates directly on you device, subscribe now.