fbpx

ପ୍ରତିଦିନ ଭିଜା କିସମିସ୍ ଖାଇଲେ ମିଳିଥାଏ ଏହିି ଫାଇଦା, ଜାଣନ୍ତୁ ଦିନକୁ କେତେଟା କିସମିସ୍ ଖାଇବା ଉଚିତ ?

ଓଡ଼ିଶା ଭାସ୍କର: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଡ୍ରାଏଫ୍ରୁଟ୍ସ ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ଅଟେ । ଏହା ଶରୀରକୁ ଶକ୍ତି ଯୋଗାଇବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ବାଦାମ, କାଜୁ, ଖଜୁରୀ, ଅଞ୍ଜିର ଭଲି ଅନ୍ୟାନ୍ୟ ଡ୍ରାଏ ଫ୍ରୁଟ୍ସ ସେବନ କରିବାର ଭିନ୍ନ ଭିନ୍ନ ଫାଇଦା ରହିଛି । ସେହିଭଳି କିସମିସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ । କିସମିସରେ ଅନେକ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ଲୌହ, ଭିଟାମିନ ଭଳି ଅନେକ ପୋଷକ ତତ୍ୱ ରହିଛି । ଖାଲି ପେଟରେ କିସମିସ୍ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ ।

୧. ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ: କିସମିସରେ ଥିବା ପୋଟାସିୟମ ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପାଇଁ ଉତ୍ତମ ଅଟେ । ଏହା ବ୍ୟତୀତ ରକ୍ତ ପରିଷ୍କାର କରିବା ସହ ହାର୍ଟ ଆଟାକ୍, ଷ୍ଟ୍ରୋକ୍, ହାଇପରଟେନସନ୍ ଭଳି ସମସ୍ୟାରୁ ସୁରକ୍ଷା ପ୍ରଦାନ କରିଥାଏ ।

୨. ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ: ନିୟମିତ ଭିଜା କିସମିସ ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ସୁସ୍ଥ ରହିଥାଏ ।

୩. ରକ୍ତହୀନତା: ରକ୍ତହୀନତାର ଶିକାର ଥିବା ବ୍ୟକ୍ତିଙ୍କୁ ନିୟମିତ କିସମିସ ଖାଇବା ଉଚିତ । ଏହା ଶରୀରରେ ଲୌହ ଅଭାବକୁ ଦୂର କରିବା ସହ ରେଡ୍ ବ୍ଲଡ୍ ସେଲ୍ସ ତିଆରି କରିବାରେ ସହାୟକ ହୋଇଥାଏ । ଏହା ହେମୋଗ୍ଲୋବିନ୍ ସ୍ତର ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

୪. ଦାନ୍ତ ଏବଂ ହାଡ଼କୁ ମଜବୁତ ରଖେ: କିସମିସରେ ଥିବା କାର୍ବୋହାଇଡ୍ରେଟ୍, ଲୌହ, ଫସଫରସ, ମ୍ୟାଗନେସିୟମ, ପ୍ରୋଟିନ୍ ଭଳି ପୋଷକ ତତ୍ୱ ଦାନ୍ତ ଏବଂ ହାଡ଼କୁ ମଜବୁତ ରଖିବାରେ ସହାୟକ ହୋଇଥାଏ । କିସମିସରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଦାନ୍ତର ବ୍ୟାକ୍ଟେରିଆ ଦୂର କରିଥାଏ । ଏଥିରେ ଥିବା ସୁକ୍ରୋଜ୍ ଦାନ୍ତକୁ ସଫା କରିବା ସହ ଏହାର ଗଠନକୁ ବଜାୟ ରଖିଥାଏ ।

ଗୋଟିଏ ଦିନରେ କେତୋଟି କିସମିସ୍ ଖାଇବା ଉଚିତ ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଦିନରେ ଅତି କମରେ ୮ରୁ ୧୦ଟି କିସମିସ୍ ଖାଇବା ସ୍ୱାସ୍ଥ୍ୟ ପ୍ରତି ହିତକର । କିସମିସରେ ଅଧିକ କ୍ୟାଲୋରି ଥିବାରୁ ଏହାକୁ ପ୍ରତିଦିନ ଭିଜାଇ ସକାଳେ ଖାଇବା ଉଚିତ ।

Get real time updates directly on you device, subscribe now.