fbpx

୬ ତାରିଖରେ ବିଜେପିର ଝାରସୁଗୁଡ଼ା ବନ୍ଦ ଡାକରା

Advertisement

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ବିଜେପିର ଝାରସୁଗୁଡ଼ା ଜିଲ୍ଲା ବନ୍ଦ ଡାକରା । ସକାଳ ୬ଟାରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ବନ୍ଦ ଡାକରା । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ବନ୍ଦ ଡାକରା ଦେଇଛି ବିଜେପି ।

ସୂଚନାଯୋଗ୍ୟ, ସନସାଇନ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରିଛି ରାଜନୀତି । ମାମଲାରେ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଦର୍ଶାଇ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଛି ପୋଲିସ ।

Get real time updates directly on you device, subscribe now.