ଭୋପାଳ: ମଧ୍ୟପ୍ରଦେଶ ଖରଗେନ ଜିଲାରେ ଗୋଟିଏ ବାହାଘର ଏବେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି । ବଡ଼ବାହ ବିକାଶଖଣ୍ଡର ବଡଗାଁର କନ୍ୟା ବାହାଘରରେ କିଛି ଏମିତି କରିଛନ୍ତି, ଯାହାକୁ ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସ୍ଥାନୀୟ ସମାଜସେବୀ ଛଗନଲାଲଙ୍କ ଝିଅ ଜାଗୃତି ପଟେଲଙ୍କ ବାହାଘର ନିକଟରେ ଶେଷ ହୋଇଛି । ଜାଗୃତି ତାଙ୍କ ବାହାଘରରେ ବଳଦଗାଡ଼ିରେ ବସି ମଣ୍ଡପ ପର୍ଯ୍ୟନ୍ତ ଆସିଥିଲେ । ଏ ଦୃଶ୍ୟ ଦେଖି ବାହାଘରକୁ ଆସିଥିବା ଅତିଥି, ସମ୍ପର୍କୀୟ ଓ ପାଖ ପଡ଼ୋଶୀ ସବୁ ଅବାକ୍ ହୋଇଥିଲେ।
ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିବା ପାଇଁ ଜାଗୃତି ଏ ନିଷ୍ପତ୍ତି ନେଇଥିବା କହିଛନ୍ତି । ନୂଆ ପିଢ଼ି ଏ ପ୍ରଥା ସମ୍ପର୍କରେ ଅବଗତ ହେବା ତାଙ୍କ ଉଦ୍ଦେଶ୍ୟ । ଆଧୁନିକତା କାରଣରୁ ବର୍ତ୍ତମାନ ସମୟରେ ଲୋକେ ନିଜ ପରମ୍ପରାକୁ ଭୁଲିବାରେ ଲାଗିଛନ୍ତି, ଯାହା ଆଦୌ ଠିକ୍ ନୁହେଁ । ଗତ ୩ ତାରିଖରେ ଜାଗୃତିଙ୍କ ବାହାଘର ହୋଇଥିଲା । ବାହାଘରରେ କନ୍ୟାର ଏଣ୍ଟ୍ରି ସବୁଠାରୁ ଆକର୍ଷଣୀୟ ଥିଲା । ବଳଦଗାଡ଼ିଟି ଖୁବ୍ ସୁନ୍ଦର ଭାବେ ସଜାମଧ୍ୟ ହୋଇଥିଲା । ଜାଗୃତିଙ୍କ ବାହାଘରରେ ବଦଳମାନେ ବି ସଜେଇ ହୋଇଥିଲେ । ସୋସିଆଲ ମିଡିଆରେ ଜାଗୃତିଙ୍କ ଭିହିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ୟୁଜର୍ସ ଜାଗୃତିଙ୍କ ଚିନ୍ତାଧାରାର ପ୍ରଶଂସା କରିଛନ୍ତି ।