ମଣ୍ଡପରେ କନ୍ୟା ବରକୁ ଦେଲା ଟାସ୍କ, କରି ନପାରିବାରୁ ହେଲା ଏମିତି ଅବସ୍ଥା

ଶିଶୁପାଳ ହୋଇ ଫେରିଗଲା ବର

ବିହାର: ବିବାହ କରିବା ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଜୀବନର ସବୁଠୁ ବଡ ନିଷ୍ପତ୍ତି ହୋଇଥାଏ। ସମସ୍ତେ ଭଲ ଭାବରେ ବୁଝି ବିଚାରି ଏହି ନିଷ୍ପତ୍ତି ନେବା ଉଚିତ। ନେହେଲେ ସଠିକ ଜୀବନ ସାଥି ବାଛିବାରେ ଧୋକା ମିଳିଥାଏ। ଠିକ ସେହିପରି ଏକ ଘଟଣା ବିହାରର ପୂର୍ବ ଚମ୍ପାରଣରେ ଦେଖିବାକୁ ମିଳିଛି।

ଯେଉଁଠାରେ ବର ପକ୍ଷ କନ୍ୟା ପକ୍ଷ ଠାରୁ କିଛି କଥା ଲୁଚାଇଥିଲେ। ଯାହା କନ୍ୟାକୁ ସନ୍ଦେହ ହୋଇଥିଲା। ଏବଂ ପରେ ସମସ୍ତଙ୍କ ଆଗରେ ସତ ସାମ୍ନାକୁ ଆସିଥିଲା।

ଘଟଣାଟି ଭୁରାଖାଲ ଗାଁର। ଘୋଡାସହନର କଦମୱା ଗାଁର ପ୍ରମୋଦ ପାସୱାନଙ୍କ ପୁଅ ଲବକୁଶ କୁମାରଙ୍କ ବିବାହ ଶୋଭାଯାତ୍ରା କନ୍ୟା ଘରେ ପହଞ୍ଚିଥିଲା। ନାଚ ଗୀତ କରି ଆସିଥିବା ବରଯାତ୍ରୀଙ୍କୁ ଆଡମ୍ବର ସହିତ ସ୍ୱାଗତ କରାଯାଇଥିଲା। ବରଣମାଳା ଦେବା ସମୟରେ କନ୍ୟାର ବର ଉପରେ ସନ୍ଦେହ ହେବାକୁ ଲାଗିଲା।

କନ୍ୟାକୁ ଲାଗିଲା ପୁଅ ବୋଧ ହୁଏ ପାଠପଢିନି। କିନ୍ତୁ ଏହି ସତ କୁ କିପରି ସମସ୍ତଙ୍କ ସାମ୍ନାକୁ ଅଣାଯାଇପାରିବ? ତା ପରେ ଯେତେବେଳେ ବର 7 ଘେରା ନେବା ପାଇଁ ମଣ୍ଡପରେ ବସିଲା ସେତେବେଳେ କନ୍ୟା କହିଲା ପ୍ରଥମେ ତମେ ମୋ ଆଗରେ ଏହି ଟଙ୍କାକୁ ଗଣିକି ଦେଖାଅ।

କନ୍ୟାର ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ପଚାରିଲେ, ତୁ ଏ କଣ କରୁଛୁ? କନ୍ୟା କହିଲା, ମତେ ସନ୍ଦେହ ହେଉଛି ଯେ ପୁଅ ପାଠ ପଢିନି ବୋଲି। ଯଦି ଏହି କଥା ମିଛ ତାହେଲେ ସମସ୍ତଙ୍କ ସାମ୍ନାରେ ସେ ଏହି ଟଙ୍କାକୁ ଗଣିକି ଦେଖାନ୍ତୁ। ଶେଷରେ ସତ ସାମ୍ନାକୁ ଆସିଗଲା, ପୁଅ ସେହି ଟଙ୍କାକୁ ଗଣି ପାରିଲାନି। ତା ପରେ କନ୍ୟା ରାଗିଯାଇ ମଣ୍ଡପରୁ ଉଠି ସମସ୍ତଙ୍କୁ କହିଲା କି, ମୁଁ ଏହି ବିବାହ କରିବି ନାହିଁ।
ଆମଠାରୁ ସତ ଲୁଚାଯାଇଛି। ବର ଘର ଲୋକ କହିଥିଲେ ଯେ, ପୁଅ ପାଠ ପଢିଛି କିନ୍ତୁ ଏ ତ ଏତିକି ଟଙ୍କା। ଏ ଲୋକ ବର ନୁହେଁ, ବର ବଦଳେଇ ଦିଆଯାଇଛି। ଯେଉଁ ଲୋକର ଫଟ ମତେ ଦେଖାଯାଇଥିଲା ଏ ସେ ଲୋକ ନୁହେଁ।

ଏହା ପରେ ବିବାହ ଉତ୍ସବରେ ଏକ ବଡ ହଙ୍ଗାମା ହୋଇଥିଲା। ଝିଅର ପରିବାର ଲୋକେ ବର ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ବାନ୍ଧିଦେଲେ। ତା ପରେ ପାଟହୀ ପୋଲିସ ଷ୍ଟେସନକୁ ଏ ବିଷୟରେ ସୂଚନା ମିଳିଥିଲା।

ପୋଲିସ ଷ୍ଟେସନ ଇନଚାର୍ଜ ବିନୀତ କୁମାର ତାଙ୍କ ଟିମ ସହିତ କନ୍ୟାଙ୍କ ଘରେ ପହଞ୍ଚିଥିଲେ ଏବଂ ବୁଝା ବୁଝି କରି ବର ଏବଂ ତାଙ୍କ ପରିବାରକୁ ମୁକ୍ତ କରି ଘରକୁ ପଠାଇ ଦେଇଥିଲା। ଏହି ଘଟଣା ଏବେ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।