fbpx

ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ ; ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଗ୍ରେଟର ନୋଏଡାର ଗୌର ସିଟିରେ ହୁ ହୁ ହୋଇଛି ଜଳୁଛି ବିଲ୍ଡିଂ । ୧୪ ଆଭେନ୍ୟୁରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଏହାକୁ ନିୟନ୍ତ୍ରଣକୁ କରିବାକୁ ଉଦ୍ୟମ କରୁଛନ୍ତି । ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଏବଂ ପ୍ରଶାସନକୁ ଏ ସମ୍ପର୍କରେ ସୂଚନା ଦିଆଯିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ଅଗ୍ନିଶମ କର୍ମଚାରୀମାନେ ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରିଛନ୍ତି।

ସୂଚନା ଅନୁଯାୟୀ, ଏହି ଘଟଣା ଗ୍ରେଟର ନୋଏଡାର ୧୪ ଆଭେନ୍ୟୁର ଟାୱାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଲୋକମାନେ ବିଲ୍ଡିଂରୁ ନିଆଁ ଓ ଧୂଆଁ ଉଠୁଥିବାର ଦେଖିବା ପରେ ତୁରନ୍ତ ପୋଲିସ ଓ ଅଗ୍ନିାମକୁ କବର କରିଥିଲେ । ସେଠାରେ ଉତ୍ତେଜନା ଦେଖାଦେଇଥିଲା । ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ସମଗ୍ର ଅଞ୍ଚଳ ଧୂଆଁରେ ପରିଣତ ହୋଇଥିଲା। ତେବେ ନିଆଁ କିପରି ଲାଗିଲା ତାହା ଏପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ କେହି ମୃତ୍ତାହତ ହୋଇଥିବା ଜଣାପଡିନାହିଁ ।

Get real time updates directly on you device, subscribe now.