ବିଷାକ୍ତ ହୋଇଗଲାଣି ରାଜଧାନୀ, ବାୟୁ ପ୍ରଦୂଷଣରେ ଭାରତର ବିଶ୍ୱ ରେକର୍ଡ
ବିଶ୍ୱର ପ୍ରଦୂଷିତ ୨୦ ସହର ମଧ୍ୟରୁ ୧୩ଟି ସହର କେବଳ ଭାରତର।
ନୂଆଦିଲ୍ଲୀ: କୌଣସି ସ୍ଥାନ ହେଉ କିମ୍ୱା କୌଣସି କାମ ପାଇଁ ହେଉ, ଭଲରେ ହେଉ କିମ୍ୱା ଖରାପରେ ହେଉ, ସମସ୍ତେ ଚାହାନ୍ତି ସେମାନେ ଚର୍ଚ୍ଚାର ପରିସରଭୁକ୍ତ ହୁଅନ୍ତୁ। ଆଉ ଯେଉଁମାନେ ବିଶ୍ୱ ରେକର୍ଡ କରନ୍ତି ସେମାନଙ୍କ ସ୍ଥାନ ତ ପୁରାପୁରି ଅଲଗା।
ଠିକ୍ ସେହିପରି ଏବେ ଦିଲ୍ଲୀ ବି ବିଶ୍ୱ ରେକର୍ଡ କରିଛି। ହେଲେ କୌଣସି ଭଲ କାମ ପାଇଁ ନୁହେଁ। ବରଂ ପ୍ରଦୂଷଣରେ ବିଶ୍ୱ ରେକର୍ଡ କରିଛି ରାଜଧାନୀ। କେବଳ ଦିଲ୍ଲୀ ନୁହେଁ ବାୟୁ ପ୍ରଦୂଷଣରେ ରେକର୍ଡ ଭାଙ୍ଗିଛି ଭାରତ। ବିଶ୍ୱର ପ୍ରଦୂଷିତ ୨୦ ସହର ମଧ୍ୟରୁ ୧୩ଟି ସହର କେବଳ ଭାରତର।
ରେକର୍ଡ ସୃଷ୍ଟି କଲା ଭାରତ: ହଁ ଏହି କଥାଟି ସମ୍ପୂର୍ଣ୍ଣ ସତ। ଦିନକୁ ଦିନ ବାୟୁ ପ୍ରଦୂଷଣ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି। ପୂର୍ବରୁ ଦିଲ୍ଲୀ ବାୟୁ ପ୍ରଦୂଷଣରେ ବିଶ୍ୱରେ ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀ ଭାବେ ରେକର୍ଡ କରିଛି। ହେଲେ ଥର ପାଇଁ ଦିଲ୍ଲୀ ସହର ଭାବେ ପ୍ରଦୂଷଣ ରାଙ୍କରେ ପଛରେ ପଡିଛି।
ଆସାମର ବିର୍ନିହାଟ ସହର ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି। ରିପୋର୍ଟ ଅନୁସାରେ, ୨୦୨୪ ତୁଳନାରେ ଭାରତରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। ୨୦୨୩ରେ ଭାରତ ପ୍ରଦୂଷିତ ରାଷ୍ଟ୍ରମାନଙ୍କରେ ୩ୟ ନମ୍ବର ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୨ଟା ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛି।
ଭାରତ ସବୁଠାରୁ ଅଧିକ ପ୍ରଦୂଷିତ: ତେବେ କେବଳ ଦିଲ୍ଲୀ ନୁହେଁ ବିଶ୍ୱର ପ୍ରଦୂଷିତ ୨୦ ସହର ମଧ୍ୟରୁ ୧୩ଟି ସହର କେବଳ ଭାରତର। ବାୟୁ ଗୁଣବତ୍ତା ସଂସ୍ଥା, ସ୍ବିଜରଲାଣ୍ଡର କମ୍ପାନୀ ଆଇକ୍ୟୁ ଏୟାର ପକ୍ଷରୁ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ଗୁଡିକର ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ଆଶ୍ଚର୍ଯ୍ୟଜନକ ଭାବେ ଅଂଶଗ୍ରହଣ କରିଛି ଭାରତ।
ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଦୂଷିତ ସହର ମଧ୍ୟରୁ ୧୩ଟି ଭାରତର ହୋଇଥିବା ବେଳେ ଏଥିରେ ବର୍ନିହାଟ, ଦିଲ୍ଲୀ, ପଞ୍ଜାବର ମୁଲାନପୁର, ଫରିଦାବାଦ, ଲୋନି, ନୂଆଦିଲ୍ଲୀ, ଗୁଡ଼ଗାଓଁ, ଗଙ୍ଗାନଗର, ଗ୍ରେଟର ନୋଏଡା, ଭିୱାଡି, ମୁଜାଫରନଗର, ହନୁମାନଗଡ଼ ଏବଂ ନୋଏଡା ତାଲିକାଭୁକ୍ତ ହୋଇଛି।