fbpx

ବଜେଟ୍ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପିକୁ କଲେ ସମାଲୋଚନା

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ସଂସଦରେ ଆଜି ବଜେଟ୍ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତକାଳର ଐତିହାସିକ ବଜେଟ୍ ଭାବେ ଅଭିହିତ କରିଥିବା ବେଳେ ନବୀନ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ବଜେଟରେ କିଛି ଭଲ ଦିଗ ରହିଛି ଯାହାକୁ ପ୍ରଶଂସା କରାଯିବା ଆବଶ୍ୟକ ଏବଂ କିଛି କିଛି ନିରାଶା ରହିଛି ଯାହାକୁ ଦୃଷ୍ଟିରେ ରଖି ଏହାର ସମାଧାନ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ପୁଞ୍ଜି ବିନିଯୋଗ, ପାନୀୟ ଜଳ ପଦକ୍ଷେପ ଏବଂ ଗ୍ରାମୀଣ ଗୃହ ବୃଦ୍ଧି ପାଇଁ ସହାୟତାକୁ ଉତ୍ତମ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ଗ୍ରାମାଞ୍ଚଳରେ ସାମାଜିକ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ତେବେ ମିଲେଟ ଉପରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି। କିନ୍ତୁ MGNREGS ପାଇଁ ପାଣ୍ଠିର ହ୍ରାସ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଏହା ଗରିବ ଲୋକଙ୍କୁ ଧକ୍କା ଦେବ। ଖାଦ୍ୟ ନିରାପତ୍ତା ବଜେଟ୍ ହ୍ରାସ ସହିତ କ୍ରୟ ହ୍ରାସ ସହିତ ଗରିବ ଲୋକ ତଥା କୃଷକ ମଧ୍ୟ ପ୍ରଭାବିତ ହେବେ ବଳି ମୁଖ୍ୟମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି।

ତେବେ ଆୟୁଷ୍ମାନ ଭାରତ ‘PMJAY’ ପାଇଁ ବଜେଟ୍ ବ୍ୟବସ୍ଥା ସମଗ୍ର ଦେଶ ପାଇଁ ବ୍ୟୟବରାଦ ୭୨୦୦ କୋଟି କରିଥିବା ବେଳେ ରାଜ୍ୟ ସରକାର BSKYରେ ବର୍ଷକୁ ପ୍ରାୟ ୬ ହଜାର କୋଟି (ଉଭୟ ସରକାରୀ ଓ ବେସରକାରୀ ବ୍ୟବସ୍ଥାକୁ ମିଶାଇ)ଖର୍ଚ୍ଚ କରୁଥିବା ମୁଖ୍ୟମନ୍ତ୍ରୀ ଦାବି କହିଛନ୍ତି। ତେଣୁ ରାଜ୍ୟ ବିଜେପିର ନେତୃବୃନ୍ଦ ଆୟୁଷ୍ମାନ ଭାରତ ଯୋଜନା ନେଇ ଓଡିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.