ପରକ୍ରିୟା ପ୍ରୀତି ପାଇଁ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବାକୁ ସୁପାରୀ ଦେଇ ହତ୍ୟା ଉଦ୍ୟମ କରିଛନ୍ତି ସ୍ତ୍ରୀ । ଏଭଳି ଅସାମାଜିକ ଖବର ଆସିଛି ରାଜଧାନୀ ଉପକଣ୍ଠ ସୁନ୍ଦରପଦାରୁ । ଜୈନିକ ମହିଳା ଜଣକ ଘରର ଡ୍ରାଇଭର ସହିତ ସହିତ ପ୍ରେମରେ ଏମିତି ଉବୁଟୁବୁ ହୋଇଥିଲେ ଯେ ନିଜ ସ୍ୱାମୀଙ୍କ ଜୀବନରୁ ମାରିବାକୁ ଲକ୍ଷେ ଟଙ୍କା ସୁପାରୀ ଦେଇଥିଲେ ।
ଏନେଇ ମହିଳା ଜଣଙ୍କ ନାଁରେ ତାଙ୍କ ସ୍ୱାମୀ ମଞ୍ଚେଶ୍ୱର ଥାନାରେ ଏତଲା ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା । ସୂଚନା ଅନୁସାରେ ମହିଳା ଜଣକ ସୁନ୍ଦରପଦାର ଏକ ଆପାର୍ଟମେଣ୍ଟରେ ଡ୍ରାଇଭରଙ୍କ ସହିତ ରହୁଥିଲେ । ଉକ୍ତ ଡ୍ରାଇଭର ଅଶୋକ ସାହୁଙ୍କୁ ତାଙ୍କର ସ୍ୱାମୀ କରିଚୟ ଦେଇ ସେଠାରେ ରହୁଥିଲେ ।
ପୋଲିସ ଆଜି ସେହି ଘରେ ଚଢାଉ କରି ଅଶୋକଙ୍କୁ ଗିରଫ କରିଥିଲା ବେଳେ ମହିଳା ଜଣକ ଫେରାର୍ ହୋଇଯାଇଥିଲେ । ସୂଚନାଯୋଗ୍ୟ ମହିଳାଙ୍କ ସ୍ୱାମୀ ରେଲ୍ୱେର ସିନିୟର ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବରେ କାର୍ଯ୍ୟ କରନ୍ତି । ମହିଳା ଜଣକ ଡ୍ରାଇଭର ପ୍ରେମରେ ପଡି ନିଜ ସ୍ୱାମୀଙ୍କ ରାସ୍ତାରୁ ହଟାଇବାକୁ ଏକ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ । ପୋଲିସ ସ୍ୱାମୀଙ୍କର ଅଭିଯୋଗକୁ ଆଧାର କରି ଡ୍ରାଇଭରଙ୍କୁ ଗିରଫ କରିଥିବା ବେଳେ ସୁପାରୀକିଲର ଏବଂ ସ୍ତ୍ରୀ ଖସି ପଳାଇଥିଲେ ।
ତେବେ ଏହି ଘଟଣାରେ ମହିଳା ଜଣକ ତାଙ୍କର ପକ୍ଷ ଗଣମାଧ୍ୟମ ଆଗରେ ରଖିଛନ୍ତି । ସେ ଏହି ଘଟଣାକୁ ଅସତ୍ୟ ବୋଲି କହିଛନ୍ତି । ସେ ନିଜ ବିରୋଧରେ ଉଠିଥିବା ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏଥି ସହିତ ଅସତ୍ୟ ଖବରକୁ ପ୍ରଚାର ନ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।