fbpx

ସର୍ବନିମ୍ନ ସ୍ତରରେ ଦେଶର ଜିଡିପି; ଉଭୟ କୃଷି ଓ ସର୍ଭିସ ସେକ୍ଟରରେ ଖରାପ ପ୍ରଦର୍ଶନ

ମୁମ୍ୱାଇ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଭାରତର ଜିଡିପି ଅଭିବୃଦ୍ଧି ୬.୭ ପ୍ରତିଶତକୁ ଖସି ଆସିଛି । ଏହା ଗତ ୧୫ ମାସ ମଧ୍ୟରେ ସର୍ବନିମ୍ନ ଅଭିବୃଦ୍ଧି । ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ହାର ୮.୨ ପ୍ରତିଶତ ଥିଲା । ଉଭୟ କୃଷି ଓ ସର୍ଭିସ ସେକ୍ଟରରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଜିଡିପି ଅଭିବୃଦ୍ଧିକୁ ଝଟକା ଲାଗିଛି ।

ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତିନିମାସ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ କୃଷି କ୍ଷେତ୍ରର ଜିଭିଏ (ମୋଟ ମୂଲ୍ୟ ସଂଯୋଜିତ) ଅଭିବୃଦ୍ଧି ୩.୭ ପ୍ରତିଶତରୁ ୨ ପ୍ରତିଶତକୁ ହ୍ରାସ ପାଇଛି ।

ଆର୍ଥିକ, ରିଅଲ୍ ଇଷ୍ଟେଟ୍ ଏବଂ ବୃତ୍ତିଗତ ସର୍ଭିସ ସେକ୍ଟରରେ ଜିଭିଏ ଅଭିବୃଦ୍ଧି ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୧୨.୬ ପ୍ରତିଶତରୁ ୭.୧ ପ୍ରତିଶତକୁ ହ୍ରାସ ପାଇଛି ।

Get real time updates directly on you device, subscribe now.