fbpx

ସରକାରଙ୍କ ପାଇଁ ଡେଡଲାଇନ ଜାରି : ଚେତାବନୀ ଦେଲେ ଡ୍ରାଇଭର ସଂଘ

ଭୁବନେଶ୍ୱର : ଓଡ଼ିଶା ଡ୍ରାଇଭର ମହାସଂଘର ଦାବି ପୂରଣ ପାଇଁ ସରକାରଙ୍କୁ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ବାରମ୍ବାର ବୋର୍ଡ ଗଠନ ପାଇଂ ଦାବି କରିଥିଲେ ବି ସରକାର ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି । ତେଣୁ ସଠିକ ପଦେକ୍ଷପ ନେବା ପାଇଁ ଡ୍ରାଇଭର ମହାସଂଘ ଚେତାବନୀ ଦେଇଛନ୍ତି । ସରକାର ଦେଇଥିବା ପ୍ରତିଶ୍ରୁତିକୁ ଆସନ୍ତା ୩୦ ତାରିଖ ମଧ୍ୟରେ ପୂରଣ ନହେଲେ ମହାସଂଘ ଯେଉଁ ପଦକ୍ଷେପ ନେବେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଡ୍ରାଇଭର ମହାସଂଘ ପ୍ରେସମିଟ କରି କହିଛନ୍ତି ।

ସୂଚନା ଅନୁସାରେ, ଯେତେବେଳେ ଡ୍ରାଇଭର ଷ୍ଟେରିଂ ଛାଡ ଆନ୍ଦୋଳନ ହୋଇଥିଲା, ସେତେବେଳେ ଲିଖିତ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ଏପର୍ଯ୍ୟନ୍ତ ତାହାର କୌଣସି ସୁଫଳ ମିଳି ନାହିଁ । କୁହାଯାଉଛି ଯେ, ଗୋଟିଏ ମାସରେ ପ୍ରାୟ ୪୫ ଜଣ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ହେଲେ ସରକାର ଯେଉଁ ବୀମା ପାଇଁ ଘୋଷଣା କରିଥିଲେ, ସେଥିରେ ବୋର୍ଡ ନଥିବା ଯୋଗୁଁ କିିଛି ବି କାର୍ଯ୍ୟକାରୀ ହେଉନାହିଁ ।

ଏନେଇ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ସମୟ ଦେଇଛନ୍ତି ମହାସଂଘ । ତେବେ ରାଜ୍ୟ ସରକାରଙ୍କ ଏହାକୁ ନେଇ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

Get real time updates directly on you device, subscribe now.