fbpx

ଦିଲ୍ଲୀରେ ବେଲଗାମ କରୋନା: ବଢ଼ିପାରେ କର୍ଫ୍ୟୁ ଅବଧି

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏହା ଭିତରେ ଆଉ ଗୁରୁତ୍ୱପୁର୍ଣ୍ଣ ଖବର ଆସିଛି । ଦିଲ୍ଲୀରେ ଲାଗୁ ହୋଇଥିବା ସପ୍ତାହାନ୍ତ କର୍ଫ୍ୟୁର ଅବଧିକୁ ବଢ଼ାଯିବ । ଏବେ ଠାରୁ ଦିଲ୍ଲୀରେ ଆଜି ରାତିରୁ ଆସନ୍ତା ସେମାବାର ପର୍ଯ୍ୟନ୍ତ କର୍ଫ୍ୟୁ ଲାଗି ରହିବ । ଏହି ସଂକ୍ରାନ୍ତରେ ଆଉ କିଛି ସମୟ ଗଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ସୁଚନା ଦେଇପାରନ୍ତି । ସୁଚନା ଯେ ଦିଲ୍ଲୀରେ ଗତ ଦୁଇ ଦିନ ମଧ୍ୟରେ ୫୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦୁଇ ଦିନ ମଧ୍ୟରେ ୩୦୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲାଣି । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ରାଜଧାନୀ ଦିଲ୍ଲୀରେ କଟକଣାକୁ ବଢ଼ାଇ ପାରନ୍ତି ବୋଲି ସୁଚନା ମିଳିଛି ।

ସୁଚନାଯୋଗ୍ୟ, ଦିଲ୍ଳୀ ସରକାର ବଢ଼ୁଥିବା ସଂକ୍ରମଣ କାରଣୁ ରାଜ୍ୟରେ ବେଡ୍ ସଂଖ୍ୟା ବଢ଼ାଇବାକୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଅପିଲ୍ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଂକ୍ରମଣର ମାତ୍ରା ୩୦ ପ୍ରତିଶତ ବଢ଼ିଯାଇଛି । ତେଣୁ ବେଡ୍ ରିଜର୍ଭେସନ୍ ମଧ୍ୟ ଶୀଘ୍ର ସରିଯାଉଛି । ଏହାସହ ଅକ୍ସିଜେନ୍ ମଧ୍ୟ ସରିଆସୁଛି ।

Get real time updates directly on you device, subscribe now.