fbpx

ରାଜନେତାଙ୍କୁ ଟାର୍ଗେଟ ! ହ୍ୟାକ୍ ହେଲା ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସବୁକ୍ ଆକାଉଣ୍ଟ

ଭୁବନେଶ୍ୱର : ସାଧାରଣ ଲୋକଙ୍କ ପରେ ଏବେ ରାଜନେତାକୁ ଟାର୍ଗେଟ କରାଯାଉଛି । ଏହାରି ମଧ୍ୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି । ଆକାଉଣ୍ଟ ହ୍ୟାକ୍ କରିଛନ୍ତି ଅଜଣା ଦୁର୍ବୃତ୍ତ । ବିଧାୟକଙ୍କ ତରଫରୁ ଥାନାରେ ଏତଲା । ଏ ନେଇ ସୋସିଆଲ ମିଡ଼ିଆରେ ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି । କୋରାପୁଟ ସାଇବର ସେଲରେ ବିଧାୟକ ତାରା ବାହିନୀପତି ଏତଲା ଦାୟର କରିଛନ୍ତି ।

ସେପଟେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ଫେକ୍ ଫେସବୁକ ଆଇଡି । ଫେସବୁକ ଆଇଡି ଓ ମେସେଞ୍ଜର ଜରିଆରେ ବିଭିନ୍ନ ଲୋକଙ୍କୁ ଠକୁଛନ୍ତି ଠକ । ଜିଲ୍ଲାପାଳଙ୍କ ଫେସବୁକ ଆଇଡି ଫେକ୍ ବୋଲି ସ୍ୱୀକାର କଲେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ । ଖବର ଅନୁଯାୟୀ, ସୋମବାର ଦିନ ଜିଲ୍ଲାପାଳଙ୍କ ମେସେଞ୍ଜରରୁ ଜଣେ ସାମ୍ବାଦିକଙ୍କୁ ଚିଟ୍ କରୁଥିବା ବେଳେ ଏହା ଧରାପଡିଲା । ପରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସ୍ବୀକାର କରିଥିଲେ ଯେ ତାଙ୍କ ନାମରେ ଜଣେ କିଏ ଫେକ୍ ଫେସବୁକ୍ ଆଇଡି କରିଛି ।

Get real time updates directly on you device, subscribe now.