fbpx

କୃଷକଙ୍କ ଆୟ ବୃଦ୍ଧି କରିବା ପାଇଁ ସରକାରଙ୍କ ଯୋଜନା, ଡାଲିର MSPରେ ହୋଇପାରେ ବୃଦ୍ଧି

Advertisement

ଓଡ଼ିଶା ଭାସ୍କର: ଭାରତରେ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ଏବଂ ସେମାନଙ୍କର ଆୟକୁ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଜାରି ରହିଛି । ବର୍ତ୍ତମାନ କୃଷକଙ୍କୁ ଉପହାର ସ୍ୱରୂପ ସରକାର ଏମଏସପି ୧୦ ପ୍ରତିଶତ ବୃଦ୍ଧି କରିବାର ଆଶା ରହିଛି । ଏହା ପଛରେ ସରକାର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ହରଡ଼ ଡାଲି ଏବଂ ବିରି ଡାଲିର ଉତ୍ପାଦନ ବୃଦ୍ଧି କରିବା । ସୁତ୍ରରୁ ପ୍ରକାଶ ଏହା ସହିତ ସୋୟାବିନ ଓ ସୂର୍ଯ୍ୟମୂଖୀ ତେଲର ମୂଲ୍ୟ ୫ ରୁ ୭ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଖବର ଅନୁସାରେ ଆଜି ମୋଦୀଙ୍କ ୩.୦ କ୍ୟାବିନେଟ ବୈଠକ ସନ୍ଧ୍ୟା ୫ଟାରେ ଅନୁଷ୍ଠତ ହେବ । CCEA ବୈଠକରେ ୧୪ ପ୍ରକାରର ଫସଲର ଏମଏସପି ସଂଶୋଧନ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ । ଏହି ବୈଠକରେ ଖରିଫ୍ ଫସଲର ଏମଏସପି ୧୦ ପ୍ରତିଶତ ବୃଦ୍ଧି କରାଯିବା ପ୍ରସଙ୍ଗ ଉପରେ ଆଲୋଚନା ହେବାର ଆଶା କରାଯାଉଛି । CACP ସରକାରଙ୍କ ନିକଟରେ ଏକ ସୁପାରିଶ ଦାଖଲ କରିଛି । ଏହା ସହିତ ସରକାର ଚଳିତ ବର୍ଷ ଚାଷୀମାନଙ୍କ ପାଇଁ ବୋନସ ଘୋଷଣା କରିପାରନ୍ତି । CACP ସରକାରଙ୍କ ନିକଟରେ ଦାଖଲ କରିଥିବା ସୁପାରିଶରେ ଉଲ୍ଲେଖ କରିଛି ଯେ ହରଡ଼ ଏବଂ ବିରି ଡାଲିର ଉତ୍ପାଦନ ହ୍ରାସ ହେବା ଚିନ୍ତାର ବିଷୟ । ଆସନ୍ତା ବର୍ଷ ଏଥିରେ ୪-୫% ବୃଦ୍ଧି ହୋଇପାରେ । ଧାନ ସହିତ ଅନ୍ୟ ୧୪ ଫସଲର ଏମଏସପି ବୃଦ୍ଧି ଉପରେ ସରକାର ନଷ୍ପତ୍ତି ନେଇଥାନ୍ତି । କୃଷିଜାତ ଦ୍ରବ୍ୟର ମୂଲ୍ୟ ଏବଂ CACP ସୁପାରିଶ ଆଧାରରେ ପ୍ରତ୍ୟେକ ବର୍ଷ ୨୩ ପ୍ରକାର ଫସଲ ପାଇଁ ଏମଏସପି ଘୋଷଣା କରାଯାଏ । CACP ଅନ୍ତର୍ଗତ ଆସୁଥିବା ଫସଲ ମଧ୍ୟରେ ଆୟୋଗ ଅନୁସାରେ ଥିବା ଫସଲ ଗୁଡିକ ଭିତରୁ ସାତଟି ଶସ୍ୟ, ପାଞ୍ଚଟି ଡାଲି, ସାତଟି ତୈଳବୀଜ ଏବଂ ୪ଟି ବ୍ୟବସାୟିକ ଫସଲ ଅନ୍ତର୍ଭୁକ୍ତ ।

Get real time updates directly on you device, subscribe now.