fbpx

ଭସାଣି ପୂର୍ବରୁ ପେଣ୍ଡାଲରୁ ଗାୟବ ହେଲା ଗଣେଶଙ୍କ ମୂର୍ତ୍ତି, ଥାନାରେ ଅଭିଯୋଗ କଲେ ପୂଜା କମିଟି

କଣ୍ଟାବାଞ୍ଜି : ରାତିରେ ପେଣ୍ଡାଲରୁ ଗଣେଷଙ୍କ ମୂର୍ତ୍ତି ଗାୟାବ ହୋଇଥିଲା । ଏହି ମୂର୍ତ୍ତି ଗାୟାବ ହେବା ପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହା ପରେ ପ୍ରଭୁ ବିଘ୍ନ ବିନାଶଙ୍କ ମୂର୍ତ୍ତିକୁ ଆଖପାଖରେ ଲୋକମାନେ ଖୋଜିଥିଲେ କିନ୍ତୁ ପାଇ ନଥିଲେ । ତେବେ ମୂର୍ତ୍ତି ପେଣ୍ଡାଲରୁ ଗାୟାବ ହୋଇ ନାହିଁ ଏହା ଚୋରି ହୋଇଛି । ଗଣେଶ ପୂଜା ପାଇଁ ସାରା ଦେଶ ଚଳଞ୍ଚଳ ହୋଇଯାଏ, ସବୁ ପୂଜା କମିଟି ମେଢ ନିର୍ମାଣ କରନ୍ତି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ ।

ଏହା ପରେ ବିଦାୟ ନିଅନ୍ତି ପ୍ରଭୁ । କିନ୍ତୁ ଏଥର ବିଦାୟ ନେବା ପୂର୍ବରୁ ପ୍ରଭୁଙ୍କ ମୂର୍ତ୍ତି ଚୋରି ହୋଇଛି । ଏହି ଘଟଣା ଘଟିଛି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଗୋହିରାପଦା ଗାଁରେ । ଗଣେଶ ପେଣ୍ଡାଲରୁ ମୂର୍ତ୍ତି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଏହି ଘଟଣା ଏବେ ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଘଟଣା ପରେ ପୂଜା କମିଟି ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ କମିଟି ସଦସ୍ୟ କହିଥିଲେ ସେମାନେ ପାଖରେ ହେଉଥିବା ଆଉ ଏକ ଗଣେଶ ପୂଜାରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ କିନ୍ତୁ ସେମାନେ ଫେରିବା ପରେ ତାଙ୍କର ଗଣେଶଙ୍କ ମୂର୍ତ୍ତି ପେଣ୍ଡାଲରେ ନଥିଲା । ଏହି ଘଟଣା ଉପରେ ପୋଲିସ ତଦନ୍ତ କରିବା ଆରମ୍ଭ କରିଛି ।

Get real time updates directly on you device, subscribe now.