fbpx

ଭାରତ-ୟୁଏଇ ସମ୍ପର୍କ ବହୁତ ଖାସ୍, ଯାହା ପରିବର୍ତ୍ତିତ ଦୁନିଆର ଗଠନ ପାଇଁ ଦେବ ଆକାର : ଏସ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଦିନ ଇଣ୍ଡିଆ ଗ୍ଲୋବାଲ ଫୋରମ ୟୁଏଇ ୨୦୨୨ର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହି ସମୟରେ ଏସ ଜୟଶଙ୍କର କହିଛନ୍ତି ଯେ, ଯଦି ଆମେ ବିଶ୍ୱର ଏହି ଭାଗରେ ଇତିହାସର ପ୍ରତ୍ୟାବର୍ତ୍ତନ ବିଷୟରେ ଆଲୋଚନା କରିବା, ତେବେ ଏହାର ଏକ ସ୍ୱାଭାବିକ ଉଦାହରଣ ହେଉଛି ଭାରତ-ୟୁଏଇ ସମ୍ପର୍କ । ଏହା ଏପରି ଏକ ସମୟ, ଯେତେବେଳେ ଆମେ ଏହାକୁ ଅଲଗା ଦୃଷ୍ଟିକୋଣ ରଖିପାରିବା । ଯେତେବେଳେ ମୁଁ ଇତିହାସ ଏବଂ ସମ୍ପର୍କକୁ ପୁନର୍ବାର ଦେଖେ ଯାହା ଆଗାମୀ ଦିନରେ ଆଗକୁ ବଢ଼ିବ, ତେବେ ମୁଁ ନିଶ୍ଚିତ ଭାବରେ ଭାରତ-ୟୁଏଇ ସମ୍ପର୍କକୁ ଏଥିରେ ଉଚ୍ଚ ସ୍ଥାନରେ ରଖିବି ।

ଇଣ୍ଡିଆ ଗ୍ଲୋବାଲ ଫୋରମରେ ଭାରତ-ୟୁଏଇ ଉପରେ ଏକ ପ୍ୟାନେଲ ଆଲୋଚନାରେ ଜୟଶଙ୍କର କହିଛନ୍ତି ଯେ, ୨୦୧୫ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପରେ, ଏକ ଗସ୍ତ ଯାହା ଚାରି ଦଶନ୍ଧିରୁ ଅଧିକ ସମୟ ପରେ ହୋଇଥିଲା, ଏଥିରେ ଆମେ ପ୍ରକୃତରେ ଆମ ସମ୍ପର୍କର ପ୍ରକୃତ ପରିବର୍ତ୍ତନ ଦେଖିଛୁ । ଯେପରି ମୁଁ କହିଛି, ଅବଶ୍ୟ ଆମର ବାଣିଜ୍ୟ ଏବଂ ନିବେଶ ବୃଦ୍ଧି ପାଇଛି । ସଂଯୁକ୍ତ ଆରବ ଅମିରାତ ଆଜି ଭାରତର ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଏହା ଆମର ଦ୍ୱିତୀୟ ବୃହତ୍ତମ ରପ୍ତାନି ବଜାର । ୟୁଏଇରେ ଅନ୍ୟ ଦେଶ ଅପେକ୍ଷା ଅଧିକ ଭାରତୀୟ ନାଗରିକ ବାସ କରନ୍ତି । ତେଣୁ ଆମେ ଲୋକମାନଙ୍କ ସହିତ କଥା ହେଉ କିମ୍ବା ଆମେ ବ୍ୟବସାୟ କଥା ହେଉ, ୟୁଏଇ ଆମର ଆଭିମୁଖ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଯେ, ଆଜି ଆମର ଚର୍ଚ୍ଚା ଅନ୍ତରୀକ୍ଷ, ଶିକ୍ଷା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି, ସ୍ୱାସ୍ଥ୍ୟ ଏବଂ ଷ୍ଟାର୍ଟଅପ୍ ବିଷୟରେ ରହିଛି । ପୁରୁଣା, ପାରମ୍ପାରିକ ଶକ୍ତି ବ୍ୟବସାୟ ବିନିଯୋଗ ଜାରି ରହିଛି, କିନ୍ତୁ ଏକ ନୂଆ ଏଜେଣ୍ଡା ମଧ୍ୟ ଉଭା ହେଉଛି । ଆମେ ବିସ୍ତୃତ ଅର୍ଥନୈତିକ ସହଯୋଗ ଚୁକ୍ତିନାମାକୁ ଏତେ ଶୀଘ୍ର ସମାପ୍ତ କରିବାକୁ ସକ୍ଷମ ହୋଇଥିଲୁ ଏବଂ ତା’ପରେ ଏହିପରି ପ୍ରଭାବଶାଳୀ ଫଳାଫଳଗୁଡିକ ପ୍ରକୃତରେ ସମ୍ପର୍କ ପାଇଁ ବହୁତ କିଛି କହିଥାଏ । ବର୍ତ୍ତମାନ ଆମେ ନୂତନ କ୍ଷେତ୍ରକୁ ଯାଉଛୁ । ତେଣୁ ଏହା ଅନେକ ଉପାୟରେ ଏକ ଉଚ୍ଚାଭିଳାଷୀ ସମ୍ପର୍କ କାରଣ ଏହା ପ୍ରକୃତରେ ଏହାର ଦ୍ୱିପାକ୍ଷିକ ସମ୍ଭାବନା ଦ୍ୱାରା ସୀମିତ ନୁହେଁ । ମୁଁ ନିଶ୍ଚିତ ଯେ ଯେଉଁଭଳି ଭାବେ ଆମେ ସମ୍ପର୍କରେ ଗଭୀରକୁ ଯିବୁ, ତାହା ବିଶ୍ୱସ୍ତରରେ ମଧ୍ୟ ଅନୁଭବ ହେବ ।

ଏସ ଜୟଶଙ୍କର କହିଛନ୍ତି ଯେ, ‘ଭାରତ ଏବଂ ୟୁଏଇ ହେଉଛି ଦୁଇଟି ଏପରି ଦେଶ, ଯେଉଁମାନେ ଦୀର୍ଘ ଦିନ ଧରି ପରସ୍ପରକୁ ଜାଣିଛନ୍ତି । ପରିବର୍ତ୍ତନଶୀଳ ଦୁନିଆରେ ଆମେ ଏହାର ବ୍ୟବହାର କରିବାକୁ ଚାହିଁବୁ । ଦୁନିଆରେ ଜୀବତ ରହିବାକୁ ନୁହେଁ, ବରଂ ପରିବର୍ତ୍ତିତ ଦୁନିଆକୁ ଆକାର ଦେବା ପାଇଁ ବ୍ୟବହାର କରିବୁ ।

article-2-IGF

Get real time updates directly on you device, subscribe now.