fbpx
BJD SKY
BJD SKY

ବକ୍ସ ଅଫିସରେ ଦ କାଶ୍ମୀର ଫାଇଲ୍ସର ଜଲୱା ଜାରି, ୨୧୭ କୋଟିରେ ପହଞ୍ଚିଲା ଫିଲ୍ମର ଆୟ

BJD

ନୂଆଦିଲ୍ଲୀ ; ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ କାଶ୍ମୀର ଫାଇଲ୍ ବକ୍ସ ଅଫିସରେ ଚମକ୍ରାର ସଫଳତା ହାସଲ କରିଛି । ନିକଟରେ RRR ରିଲିଜ ହୋଇଥିଲେ ବି ଏହି ଫିଲ୍ମର ଚାହିଦାରେ କୌଣସି ପ୍ରଭାବ ପଡିନାହିଁ ।  ଫିଲ୍ମ କାଶ୍ମୀରରେ ୧୯୯୦ ମସିହାରେ ହିନ୍ଦୁ ପଣ୍ଡିତଙ୍କ ନରସଂହାର ଏବଂ ପଳାୟନ ଉପରେ ଆଧାରିତ ଅଟେ । ଫିଲ୍ମ ୨୦୦ କୋଟିରୁ ଅଧିକ ଆୟ କରି ବକ୍ସ ଅଫିସରେ ଅନେକ ରେକର୍ଡ କରିଛି ।

ଏହି ଫିଲ୍ମରେ ଅଭିନୟ କରିଛନ୍ତି ଅନୁପମ ଖେର୍ , ଦର୍ଶନ କୁମାର ,ମିଥୁନ ଚକ୍ରବର୍ତ୍ତୀ ଏବଂ ପଲ୍ଲବୀ ଯୋଶୀ । ତୃତୀୟ ସପ୍ତାହରେ ମଧ୍ୟ ବକ୍ସ ଅଫିସରେ ଫିଲ୍ମର ଜଲୱା ଜାରି ରହିଛି । ଗତ ଦିନ ତୂଳନାରେ ଫିଲ୍ମର ଆୟରେ ୬୦ରୁ୭୦ ପ୍ରତିଶତ ବୃଦ୍ଧି ଘଟିଛି । ୧୬ ଦିନରେ ବକ୍ସଅଫିସରେ ଫିଲ୍ମ ୭.୫୦ କୋଟି ଟଙ୍କା ଆୟ କରିଛି । ଏହାକୁ ମିଶାଇ ଫିଲ୍ମର ମୋଟ୍ ଆୟ ୨୧୭.୫୦ କୋଟି ହୋଇଛି । ଏହା ସହ ଆସନ୍ତା ସପ୍ତାହରେ ଏହାର ଆୟ ୨୨୫ କୋଟି ହେବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ରିଲିଜ୍ ଦିନରେ , ଦ କାଶ୍ମୀର ଫାଇଲ୍ସକୁ ସମଗ୍ର ଦେଶରେ ମାତ୍ର ୬୬୦ ସ୍କ୍ରିନ ମିଳିଥିଲା । କିନ୍ତୁ ଫିଲ୍ମର ଲୋକପ୍ରିୟତା ଏବଂ ଚାହିଦା ବଢିବାରୁ ଏହାର ସ୍କ୍ରିନ ସଂଖ୍ୟା ଧିରେ ଧିରେ ବଢି ୪୦୦୦ରେ ପହଞ୍ଚିଥିଲା । ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମ ସିନେ ଜଗତରେ ଏକ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିବାରେ ସଫଳ ହୋଇଛି । ଫିଲ୍ମ ସମୀକ୍ଷକଙ୍କୁ ମଧ୍ୟ ଏହି ଫିଲ୍ମ ବିସ୍ମିତ କରିଛି ।

ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମର ଅପାର ସଫଳତାର ପ୍ରଭାବ ରାଧେ ଶ୍ୟାମ ଏବଂ ବଚ୍ଚନ ପାଣ୍ଡେ ଉପରେ ପଡିଛି । ପ୍ରଭାସ ଏବଂ ପୂଜା ହେଗେଡଙ୍କ ଅଭିନୀତ ରାଧେ ଶ୍ୟାମ ଦ କାଶ୍ମୀର ଫାଇଲ୍ସ ସାମ୍ନାରେ ମାଟି କାମୁଡିଛି । ସେହିପରି ଅକ୍ଷୟ କୁମାର ଷ୍ଟାରର ବଚ୍ଚନ ପାଣ୍ଡେ ମଧ୍ୟ ବକ୍ସ ଅଫିସରେ ଆଖି ଦୃଶିଆ ସଫଳତା ହାସଲ କରି ପାରିନାହିଁ ।

 

Get real time updates directly on you device, subscribe now.