ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆରମ୍ଭ ହେଲା ଫର୍ମ ପୂରଣ, ପରୀକ୍ଷା କେବେ ଜାଣନ୍ତୁ

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଜାରି ହେଲା ସିଡ୍ୟୁଲ ।

ଭୁବନେଶ୍ବର: ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀ, ଏମପି ହୋଇଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ସୁଯୋଗ ଦିଆଯାଇଛି ।

ଏହି ଦିନ ଫର୍ମ ପୂରଣର ଶେଷ ତାରିଖ- ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହୋଇସାରିଛି । ମେ 26 ତାରିଖ ଯାଏଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।

ତେବେ ରେଗୁଲାର ପରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କ ଜରିଆରେ ଫର୍ମ ପୂରଣ କରିପାରିବେ । 420 ଟଙ୍କା ଦେୟ ଦେବାକୁ ହେବ ।

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା କଥା ଦେଖିଲେ 8 ହଜାର 362 ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ । ସେହିପରି 17 ହଜାର 384 ପରୀକ୍ଷାର୍ଥୀ ଫେଲ୍ ହୋଇଥିଲେ ।

କେବେ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା- ତେବେ ଆସନ୍ତା 26 ତାରିଖରେ ଫର୍ମ ପୂରଣ ଶେଷ ହେବା ପରେ ପରୀକ୍ଷା କେବେ ହେବ ସେନେଇ ବୋର୍ଡ ପକ୍ଷରୁ ଘୋଷଣା କରାଯିବ ବୋଲି କୁହାଯାଇଛି ।