fbpx

(Video) ଦୋଳିରୁ ଖସି ପଡ଼ିଲେ ମଡେଲ, ସିଧା ଯାଇ ନଈ ଭିତରେ: ବେଳେ ଘଟିଗଲା ବଡ଼ ଅଘଟଣ

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ ମିଡିଆରେ କିଛି ଭିଡିଓ ବେଶ୍ ଭାଇରାଲ ହୋଇଥାଏ । କିଛି ଭିଡିଓରେ ଲୋକଙ୍କୁ ସଚେତନତା ମିଳିଥାଏ ଏବଂ କିଛି ଭିଡିଓ ଲୋକଙ୍କୁ ମନୋରଞ୍ଜନର ଖୁରାକ ଯୋଗାଇଥାଏ । କିଛି ଭିଡିଓରେ ଏମିତି ଦୃଶ୍ୟ ଦେଖିବାକୁ ମିଳେ, ଯାହାକୁ ଦେଖି ହସି ହସି ବେଦମ୍ ହୋଇଯାଆନ୍ତି ୟୁଜର । ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ମଡେଲ ଫଟୋଶୁଟ କରିବା ସମୟରେ ପାଣି ଭିତରେ ଖସି ପଡ଼ିଥିବାର ଦେଖାଯାଇଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହୋଇଛି । ଫଟୋଶୁଟ ସମୟରେ ଜଣେ ମହିଳା ମଡେଲ ନଦୀ ପାଣିକୁ ଖସି ପଡିଥିଲେ । ଶୁଟିଂ ସମୟରେ ମହିଳା ଜଣକ ନଦୀ ମଧ୍ୟକୁ ଖସି ପଡିଥିଲେ । ସାମାନ୍ୟ ଅସାବଧାନତା କାରଣରୁ ମହିଳା ଜଣଙ୍କ ଦୋଳିରୁ ଖସି ପଡିଥିଲେ । ଏପରିକି ପାଣିରୁ ଉଠିବା ପରେ ମହିଳା ଜଣଙ୍କ ନିଜେ ମଧ୍ୟ ହସି ପକାଇଥିଲେ ।

ନଦୀ ମଝିରେ ଏକ ଦୋଳି ଲାଗିଥିବା ବେଳେ ଗୋଲାପୀ ଶାଢୀ ପିନ୍ଧି ମହିଳା ଜଣକ ଏଥିରେ ଝୁଲୁଥିଲେ । ମହିଳା ଶାଢୀର ପଣତ ଲମ୍ବା ରହିଥିବା ବେଳେ ଏହାକୁ ଦୂରରୁ ହଲାଉଥିଲେ ଜଣେ ଯୁବକ । ତେବେ ହଠାତ ଭାରସାମ୍ୟ ବିଗିଡି ଯାଇଥିଲା ଏବଂ ମହିଳା ଜଣଙ୍କ ଦୋଳିରୁ ଖସି ନଦୀରେ ଲଥ କରି ପଡିଥିଲେ । ଏହାପରେ ଇନଷ୍ଟାଗ୍ରାମରେ ଭିଡିଓଟିକୁ ଶେୟାର କରାଯାଇଥିବା ବେଳେ ଏହା ବେଶ ଭାଇରାଲ ହୋଇଥିଲା । ଦେଖନ୍ତୁ ଭାଇରାଲ ଭିଡିଓ…

Get real time updates directly on you device, subscribe now.