fbpx

(Video) ସଂସଦରେ ପହଞ୍ଚିଲା ରହସ୍ୟମୟୀ ‘ଏଲିୟନ ଶବ’? ଭିଡିଓ ଭାଇରାଲ ପରେ ହେଲା ଖୁଲାସା

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ଏଲିୟନଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଏଲିୟନଙ୍କ ଉପସ୍ଥିତି ଏବଂ ସେମାନଙ୍କ କାର୍ଯ୍ୟକଳାପ ଇତ୍ୟାଦି ଉପରେ ଗବେଷଣାକୁ ଆହୁରି ତୀବ୍ର କରୁଛନ୍ତି ଦେଶ-ବିଦେଶର ବରିଷ୍ଠ ତଥା ଅଭିଜ୍ଞ ବୈଜ୍ଞାନିକ । ଅନେକ ସମୟରେ ସେମାନଙ୍କ ଉପସ୍ଥିତି ନେଇ ବିଭିନ୍ନ ମତ ଦେଇଥିବା ବେଳେ ସମୟ ସମୟରେ ସେ ନେଇ ପ୍ରମାଣ ପାଇଥିବା ମଧ୍ୟ ସେମାନେ ଦାବି କରିଛନ୍ତି । କିନ୍ତୁ ଏବେ ଏଲିୟନର ଶବ ଦେଖିବାକୁ ମିଳିଛି । ମେକ୍ସିକୋର ସଂସଦ ଭିତରେ ଏକ ଏଲିୟନର ଶବ ପହଞ୍ଚିବା ପରେ ସାରା ବିଶ୍ୱରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ମେକ୍ସିକୋର ସଂସଦ ଭିତରେ ଏଲିୟନର ଏକ ଶବ ଦେଖିବା ପରେ ଏହାକୁ ନେଇ ସବୁଠି ହଙ୍ଗାମା ଆରମ୍ଭ ହୋଇଯାଇଛି । ଏହାକୁ ନେଇ ବୈଜ୍ଞନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ଏଲିୟନର ଶବ ଏକ ରହସ୍ୟ ଭାବରେ ସେଠାରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ଏହାର ଖୁଲାସା ହୋଇଯାଇଛି । ଏଠାରେ ଏଲିୟନର ଶବ ଏକ ଭ୍ରମ ଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ଏବଂ କିଛି ସମୟ ପାଇଁ ରହସ୍ୟଘେରରେ ପକାଇ ଦେଇଥିଲା । ତେବେ ମେକ୍ସିକାନ କଂଗ୍ରେସ ସାମ୍ନାରେ ୟୁଏଫଓ ଉପରେ ନଜର ରଖୁଥିବା ଜଣେ ପତ୍ରକାର ଜୈମେ ମେସନ ଏବଂ ଅନ୍ୟ ବୈଜ୍ଞାନିକ ଏହାର ପ୍ରଦର୍ଶନ କରିବା ସହ ଏହାକୁ ଏଲିୟନମାନଙ୍କ ଜୀବାଶ୍ମ ବୋଲି କହିଛନ୍ତି । ଏଲିୟନମାନଙ୍କର ଏହି ୨ଟି ଜୀବାଶ୍ମ ୧୦୦୦ ବର୍ଷ ପୁରୁଣା ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ । କିନ୍ତୁ ଇଣ୍ଟରନେଟରେ ଏହାର ଭିଡିଓ ସେୟାର ହେବା ପରେ ଏହାର ପ୍ରକୃତ ରହସ୍ୟ ଉପରୁ ପରଦା ଉଠିଛି ।

ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ୩ଟି ଆଙ୍ଗୁଳି ଏବଂ ସଙ୍କୁଚିତ ହୋଇ ଯାଇଥିବା ମଣ୍ଡ ଥିବା ଏହି ଶବ ପ୍ରକୃତରେ ଏଲିୟନଙ୍କ ଜୀବାଶ୍ମ ନୁହେଁ । ଏହା ହେଉଛି କଳା ଏବଂ ପ୍ରତିଭାବରେ ପ୍ରସ୍ତୁତ କରାଯାଇଥିବା କଫି କେକ୍ । ବେନ୍ କଲନ୍ ନାମକ ଜଣେ ବେକର୍ ଏହି କେକ୍ ପ୍ରସ୍ତୁତ କରିଛନ୍ତି । ଜଣେ ପେଷ୍ଟ୍ରୀ ନିର୍ମାତା ଭାବରେ ପ୍ରଖ୍ୟାତ କଲନ୍ କୌଣସି ମନୁଷ୍ୟ କିମ୍ବା ଅନ୍ୟ ଜିନିଷ ଆକୃତିରେ କେକ୍ ଏବଂ ପେଷ୍ଟ୍ରି ପ୍ରସ୍ତୁତ କରିବାରେ ଖୁବ ମାହିର । ତେବେ ଏହି ପୋଷ୍ଟକୁ ସେ ନିଜେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହା ଦେଖିବା ପରେ ସଂସଦରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ ।

Get real time updates directly on you device, subscribe now.