fbpx

(video)ମଥାରେ ସିନ୍ଦୁର ଓ କପାଳରେ ବିନ୍ଦି ଲଗାଇ ମେଟ୍ରୋ ଟ୍ରେନରେ ଯାତ୍ରା କରୁଛନ୍ତି ଜଣେ ପୁରୁଷ, ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ମଥାରେ ସିନ୍ଦୁର ଓ କପାଳରେ ବିନ୍ଦି ଲଗାଇ ମେଟ୍ରୋ ଟ୍ରେନରେ ଯାତ୍ରା କରୁଛନ୍ତି । ସୋସିଆଲ ମିଡିଆରେ ଆପଣ ଦିଲ୍ଲୀ ମେଟ୍ରୋର ବହୁ ଭିଡିଓ ଦେଖିଥିବେ । କିଛି ଭିଡିଓକୁ ଲୋକମାନେ ଅଶ୍ଳୀଳ କହିଥାନ୍ତି ତ ଆଉ କିଛି ଭିଡିଓକୁ ଲୋକମାନେ ବେଶ୍ ଉପଭୋଗ କରିଥାନ୍ତି । ଏବେ ଏହିପରି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିବା ପରେ ଆପଣ ନିଜର ହସ ରୋକିପାରିବେ ନାହିଁ । ଜଣେ ବ୍ୟକ୍ତି ନିଜ ମଥାରେ ସିନ୍ଦୁର ଓ କପାଳରେ ବିନ୍ଦି ଲଗାଇ ଟ୍ରେନରେ ଯାତ୍ରା କରୁଥିବାର ନଜର ଆସୁଛନ୍ତି ।


ଦିଲ୍ଲୀ ମେଟ୍ରୋରେ ପ୍ରତିଦିନ ହଜାର ହଜାର ଲୋକ ଯାତ୍ରା କରୁଛନ୍ତି । ସମସ୍ତଙ୍କ ଚେହେରା ମନେ ରଖିବା ସମ୍ଭବ ନୁହେଁ । କିନ୍ତୁ ଭାଇରାଲ୍ ହେଉଥିବା ଏହି ବ୍ୟକ୍ତିଙ୍କ ଚେହେରାକୁ ଭୁଲିବା ବି ଏତେ ସହଜ ନୁହେଁ । ଏହି ଯୁବକ ଜଣକ ଏକ କଳା ରଙ୍ଗର ସାର୍ଟ ପିନ୍ଧିଛନ୍ତି ଓ ମଥାରେ ସ୍ତ୍ରୀ ଲୋକମାନଙ୍କ ପରି ସିନ୍ଦୁର ଓ କପାଳରେ ବିନ୍ଦି ଲଗାଇଛନ୍ତି । ତେବେ ଭାଇରାଲ୍ ହେବା ପାଇଁ ସେ ଏପରି କରିଛନ୍ତି ବୋଲି କୁହାଯାଉଛି । ଏହି ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ @abhishek_all_in_one_ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଏ ପର୍ଯ୍ୟନ୍ତ ଏହି ଭିଡିଓକୁ ୧ ଲକ୍ଷ ୯୬ ହଜାର ଲାଇକ୍ ମିଳିସାରିଲାଣି ।

Get real time updates directly on you device, subscribe now.