fbpx

ବ୍ୟକ୍ତିଙ୍କ ପାଖେ ପହଁଚିଲା ୧୯୯୫ ବର୍ଷର ଚିଠି, ଖୋଲିକି ପଢିଲା ପରେ ପସ୍ତାଇବାକୁ ଆରମ୍ଭ କଲେ

ଲଣ୍ଡନ: ସାଧାରଣତଃ ପୂରୁଣା ଜିନିଷ ଉପରୁ ଆକର୍ଷଣ କେବେହେଲେ ଯାଏ ନାହିଁ । ସେହିପରି ବ୍ରିଟେନରେ ରହୁଥିବା ଜଣେ ବ୍ୟକ୍ତିଙ୍କ ହାତ ଏପରି ଜିନିଷ ଉପରେ ଲାଗିଛି ଯାହା ଦୁନିଆ ସାରା ଭାଇରାଲ ହୋଇସାରିଲାଣି । ୨୮ ବର୍ଷର ଚିଠି ବର୍ତ୍ତମାନ ସେହି ବ୍ୟକ୍ତିଙ୍କ ନିକଟରେ ପହଁଚିଛି । ଏହି ଚିଠି ଏକ ଭୁଲ ଠିକଣାରେ ପହଁଚି ପହଁଚି ଆଜି ସଠିକ ଠିକଣାରେ ପହଁଚିଛି । ଯାହାକୁ ପଢି ସେହି ବ୍ୟକ୍ତି ଜଣକ ଭାବୁକ ହୋଇଯାଇଛନ୍ତି ।

କହିବାକୁ ଗଲେ ଏହି ଘଟଣାଟି ବ୍ରିଟେନର ଅଟେ । ମିଡିଆ ରିପୋର୍ଟ ଅନୁଯାୟୀ, ୨୦୨୩ ଜାନୁଆରୀ ୧୩ ତାରିଖରେ ସେହି ବ୍ୟକ୍ତିଙ୍କ ନିକଟରେ ଚିଠି ପହଁଚିଛି । ସେହି ବ୍ୟକ୍ତିଙ୍କ ନାମ ହେଉଛି ରେନୱେ ଏବଂ ତାଙ୍କୁ ୬୦ ବର୍ଷ । ସେହି ଚିଠି ଉପରେ ତାରିଖ ରହିଛି ୩ ଅଗଷ୍ଟ ୧୯୯୫ ମସିହା । ସେ ଉକ୍ତ ଚିଠିକୁ ପଢି ନିଜକୁ ଦୁଃଖ ମନେ କରିଛନ୍ତି । ସେହି ପତ୍ରରେ ଏହି ପରିବାର ବିଷୟରେ ଏବଂ ପତ୍ରର ଲେଖକ କିପରି ବଡ଼ ହେଲେ, ଏହିସବୁ ଜିନିଷ ସେଥିରେ ଲେଖାଯାଇଥିଲା । ଏହି ପତ୍ରରେ ଅନ୍ୟକିଛି କଥା ଲୁଚି ରହିଛି ଯାହା ତାଙ୍କୁ ଜଣା ନଥିଲା ।

ତେବେ ଏହି ପତ୍ରକୁ ବ୍ୟକ୍ତି ଜଣକ ପଢି ଅତ୍ୟନ୍ତ ଭାବୁକ ହୋଇଯାଇଛନ୍ତି । ଖାଲି ଏତିକି ନୁହେଁ ସେ ଚିଠିକୁ ପଢି ପସ୍ତାଇବାକୁ ଆରମ୍ଭ କରିଥିଲେ, କାରଣ ସେ ଭାବୁଛନ୍ତି ଏହି ଚିଠି କାହିଁକି ଆଗରୁ ମିଳିଲା ନାହିଁ । ସୂଚନା ଅନୁଯାୟୀ, ଏହି ଚିଠି ତାଙ୍କୁ ଡାକ ବିଭାଗ ତରଫରୁ ମିଳିଥିଲା । କୁହାଯାଉଛି ବ୍ରିଟେନ ଡାକଘରକୁ ନେଇ ଚାଲିଥିବା ବିବାଦ ପାଇଁ ଚିଠି ବିଲମ୍ବରେ ପହଁଚିଛି ।

Get real time updates directly on you device, subscribe now.