fbpx

ଯାତ୍ରୀଙ୍କୁ ଛାଡି ଉଡିଗଲା ବିମାନ, ରାତିସାରା ବିମାନ ବନ୍ଦରରେ ବସି ରହିଲେ ଯାତ୍ରୀ

କୋଚି : କୋଚି ବିମାନ ବନ୍ଦରରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ସାଉଦୀଆରବର ଏକ ବିମାନ ୧୦୦ରୁ ଅଧିକ ଯାତ୍ରୀଙ୍କୁ କୋଚି ବିମାନ ବନ୍ଦରରେ ଛାଡି ଚାଲି ଯାଇଛି । ଯାହା ଫଳରେ ବିମାନବନ୍ଦରରେ ଲୋକମାନେ ଏପଟସେପଟ ହେଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ହେଉଛି ଶନିବାର ରାତିରେ । ସୂଚନା ଅନୁସାରେ ରାତି ୮ ଟା ୨୫ ସମୟରେ ବିମାନରେ ତ୍ରୃଟି ଥିବା ଘୋଷଣା କରାଯାଇଥିଲା । ଏହା ପରେ ସବୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବାକୁ କୁହାଯାଇଥିଲା ।

ଏହା ପରେ ରାତି ୧୧ ଟାରେ କେବଳ କାନାଡା ଓ ଆମେରିକାକୁ ପ୍ଲାଇଟ ବୁକ କରିଥିବା ଯାତ୍ରୀଙ୍କୁ ନେଇ ବିମାନଟି ଉଡିଯାଇଥିଲା । ଏହା ପରେ ଯାତ୍ରୀମାନେ ବିମାନ ବନ୍ଦରରେ ଅପେକ୍ଷାରେ ଥିଲେ କିନ୍ତୁ କୌଣସି ବିମାନ ସେମାନଙ୍କୁ ନେଇ ନଥିଲା ଏହା ପରେ ଯାତ୍ରୀମାନେ ସେଠାରେ ପାଟିତୁଣ୍ଡ କରିବାକୁ ଲାଗିଥିଲେ । ଏହା ପରେ ଯାତ୍ରୀମାନଙ୍କୁ ହୋଟେଲରେ ରଖିବାର ବ୍ୟବସ୍ଥା କରାଯାଇଥିଲା । ଯାତ୍ରୀମାନେ ଏହି ଘଟଣାକୁ ସମାଲୋଚନା କରିଛନ୍ତି । ଏଥିରେ ଥିବା କିଛି ଯାତ୍ରୀଙ୍କର ସୋମବାର ଅଫିଥିଲା ସେମାନେ ସେଠାରେ ପହଞ୍ଚିଥିଲେ ଅଫିସ ଯାଇଥାନ୍ତେ । ଏହା ଛଡା କିଛି ଲୋକଙ୍କର ଭିସାର ସମୟ ସୀମା ମଧ୍ୟ ସରିଯାଇଛି । ବିମାନ ବାତିଲ ହୋଇଛି ବୋଲି ଯାତ୍ରୀମାନେ କୌଣସି ସୂଚନା ପାଇ ନଥିବା ଅଭିଯୋଗ କରିଛନ୍ତି ଯାତ୍ରୀ ।

Get real time updates directly on you device, subscribe now.