fbpx

୩୦୦୦ ହଜାର ଟଙ୍କା ଶସ୍ତା ହେଲା ସୁନା ଦର, ଆହୁରି କମିବ ମୂଲ୍ୟ, ଜାଣନ୍ତୁ ଡିଟେଲ୍ସ

Advertisement

ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଆଉ କିଛି ସମୟ ରହିଯାଆନ୍ତୁ । କାରଣ ଆସନ୍ତା ଦିନରେ ସୁନା ମୂଲ୍ୟ କମିପାରେ । ବଜେଟରେ ଗୋଲ୍ଡ-ସିଲଭରରେ ଆମଦାନୀ ଶୁଳ୍କରେ ୫ ପ୍ରତିଶତର ରିହାତି ଦେଖିବାକୁ ମିଳିଛି । ଏନବିଟି ରିପୋର୍ଟ ମୁତାବକ, ଇଣ୍ଡଷ୍ଟ୍ରୀ ଏକ୍ସପର୍ଟସ୍ ଏବଂ ଅର୍ଥ ମନ୍ତ୍ରାଳୟ ସହ ଜଡିତ ସୂତ୍ର ହିସାବରେ ସରକାର ଗୋଲ୍ଡ ଉପରେ ଆମଦାନୀ ଶୁଳ୍କକୁ ୧୫ ପ୍ରତିଶତରୁ ତଳକୁ ଆଣିବା ପାଇଁ ଗମ୍ଭୀରତା ସହ ଚିନ୍ତା କରୁଛନ୍ତି । ଯଦି ଏପରି ହୁଏ ତେବେ ସୁନା-ଚାନ୍ଦୀର ମୂଲ୍ୟରେ ହ୍ରାସ ପାଇବ । ଏଥିସହ ସୁନା ଚୋରା ଚାଲାଣକୁ ନିୟନ୍ତ୍ରଣ କରାଯାଇପାରିବ ।

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ପୁରୁଣା ସୁନା ଅଳଙ୍କାର ବିକ୍ରୟ କରୁଥିବାବେଳେ ଗ୍ରାହକଙ୍କୁ ଜିଏସଟିରେ କିଛି ଇନସେଟିଭ ମିଳିଛି, ଯାହା ଆମଦାନୀକୁ ହ୍ରାସ କରିବ ଏବଂ ସରକାର ନିଅଣ୍ଟ ଉପରେ ଚାପ ହ୍ରାସ କରିବ । ଇଣ୍ଡଷ୍ଟ୍ରୀ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ନିଷ୍ପତ୍ତି ହେତୁ ସୁନା ପ୍ରାୟ ୩ ହଜାର ଟଙ୍କା ଏବଂ ରୂପା ୩୮୦୦ ଟଙ୍କା ହ୍ରାସ ହୋଇପାରେ ।

ଇଣ୍ଡିଆନ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନର ନେସନାଲ ସେକ୍ରେଟାରୀ ସୁରେନ୍ଦ୍ର ମେହତାଙ୍କ ଅନୁସାରେ, ଗୋଲ୍ଡରେ ଇମ୍ପୋର୍ଟ ଡ୍ୟୁଟି କମ ହେବାରେ ଗୋଲ୍ଡ ଏବଂ ସିଲଭର ଶସ୍ତା ହେବ । ଏଚଡିଏଫସି ସିକ୍ୟୁରିଟିଜର ଅନୁଜ ଗୁପ୍ତାଙ୍କ କହିବାନୁଯାୟୀ, ଆମଦାନୀ ଶୁଳ୍କ କମ ହେବାରେ ଗୋଲ୍ଡ ଏବଂ ସିଲଭର ମୂଲ୍ୟ ଅଧିକ ଶସ୍ତା ହୋଇଯିବ ।

Get real time updates directly on you device, subscribe now.