fbpx

ରାଜ୍ୟରେ ବଢୁଛି ବେକାରୀ ସମସ୍ୟା କେତେ ଆଶାୟୀ ଅପେକ୍ଷାରେ ରହିଛନ୍ତି: କଂଗ୍ରେସ ବିଧାୟକଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀଙ୍କ ଜବାବ

ଭୁବନେଶ୍ୱର: ରାଜ୍ୟରେ ଶ୍ରମ ଓ କର୍ମଚାରୀଙ୍କ ନାଁ ପଞ୍ଜିକରଣ କରି କୋତେ ଯୁବକ ଯୁବତୀ ଚାକିରି ଆପେକ୍ଷାରେ ଅଛନ୍ତି ବୋଲି ଗୃହରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା । ଏହାର ଜବାବରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି ଯେ, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ଓଡିଶାର ବିଭିନ୍ନ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ୨୦୨୦ ରୁ ୨୦୨୪ ମଧ୍ୟରେ ୯ ଲକ୍ଷ ୯୦ ହଜାର ୬୯୬ ଜଣ ନାମ ପଞ୍ଜିକରଣ କରି ନିଯୁକ୍ତି ପାଇଁ ଅପେକ୍ଷା କରି ରହିଛନ୍ତି । ଏମାନେ ସମସ୍ତେ ଚାକିରିକୁ ଅପେକ୍ଷ କରି ରହିଛନ୍ତି । ଏହି ୪ ବର୍ଷ ଭିତରେ ମାତ୍ର ୧୧୭୬ ପିଲାଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟରେ ଏହା ବେକାରୀ ସମସ୍ୟାକୁ ଦର୍ଶଉଛି ବୋଲି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.