Breaking: କଟିବନି ରାସନ କାର୍ଡ ! ଯୋଗାଣ ମନ୍ତ୍ରୀଙ୍କ ବିବୃତ୍ତି

"ରୋଜଗାର କମ୍ ଥିବା ବ୍ୟକ୍ତିଙ୍କ କଟିବନି ରାସନ କାର୍ଡ। କେବଳ ବଡ଼ ଚାକିରି କରିଥିବା ବ୍ୟକ୍ତିଙ୍କ କାର୍ଡ କଟିବ"।

ଭୁବନେଶ୍ୱର: କଟିବନି ରାସନ କାର୍ଡ। ନିକଟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ କି, ଯେଉଁମାନଙ୍କର ମାସିକ ଆୟ ୧୦ ହଜାର କିମ୍ୱା ୧୦ ହଜାରରୁ ଅଧିକ ତାହାଲେ ସେମାନଙ୍କ ରାସନ କାର୍ଡ କାଟିଦିଆଯିବ। ବା ଯେଉଁମାନଙ୍କ ନାଁରେ କାର୍ଡ ଅଛି ସେମାନେ ଫେରାଇ ଦିଅନ୍ତୁ।

ହେଲେ ଏବେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭିନ୍ନ ଏକ ବିବୃତ୍ତି ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ସମସ୍ତଙ୍କ କାର୍ଡ କଟାଯିବ ନାହିଁ ଯେଉଁ ମାନଙ୍କର କମ୍ ରୋଜଗାର ସେମାନଙ୍କ ରାସନ କାର୍ଡ କଟିବନି। ବରଂ କେବଳ ବଡ଼ ଚାକିରି କରିଥିବା ବ୍ୟକ୍ତିଙ୍କ କାର୍ଡ କଟିବ।

ଏହାସହ ମନ୍ତ୍ରୀ କହିଛନ୍ତି ଯୋଗାଣ ବିଭାଗକୁ ପ୍ରଦୂଷିତ କରିଛନ୍ତି ପୂର୍ବ ସରକାର। ତେଣୁ ବୁଲି ବୁଲି ଆକ୍ସନ ନେଇ ଦିନ ଚାଲିଗଲା। ସତ ସାମ୍ନାକୁ ଆଣିଲା ଇକେଓ୍ୱାଇସି। ଇକେଓ୍ୱାଇସି ଯୋଗୁଁ ଅନେକ ଚୋରି ଧରାପଡିଲା।

୪ ଲକ୍ଷ ୩୧ ହଜାର ୮୪୬ ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ କଟାଯାଇଛି। ୯୧ ହଜାର ୨୮୦ ଅଯୋଗ୍ୟଙ୍କୁ ବାଦ ଦିଆଯାଇଛି। ହେଲେ ଏବେ ଯେଉଁମାନଙ୍କର କମ୍ ରୋଜଗାର ସେମାନଙ୍କର କାର୍ଡ କଟାଯିବନାହିଁ। ବରଂ ବଡ଼ ଚାକିରି କରିଥିବା ବ୍ୟକ୍ତିଙ୍କ କାର୍ଡ କଟିବ।