fbpx

ଆଗକୁ ଆସୁଛି ରଥଯାତ୍ରା; ବଡ଼ଦାଣ୍ଡରୁ ହଟିଲା ଏସି ଟନେଲ ସହ ବ୍ୟାରିକେଡ

Advertisement

ପୁରୀ: (ଓଡ଼ିଶା ଭାସ୍କର) ଚଳିତ ବର୍ଷ ରଥଯାତ୍ରାକୁ ଆଖି ଆଗରେ ରଖି ବଡଦାଣ୍ଡରୁ ସବୁ ବ୍ୟାରିକେଟ ହଟାଇ ଦିଆଯାଇଛି । ବଡଦାଣ୍ଡରେ ସାଧାରଣ ଭକ୍ତଙ୍କ ଲାଗି କରାଯାଇଥିବା ଏସି ଟନେଲକୁ ବି ଖୋଲି ଦିଆଯାଇଛି । ସୂଚନା ଅନୁସାରେ, ଦେବସ୍ନାନ ପୂର୍ଣ୍ଣମା ଆଗରୁ ଏହିସବୁ ବ୍ୟାରିକେଡ ହଟାଇବାର ଯୋଜନା ରହିଛି ।

ଏହି କାର୍ଯ୍ୟ ଲଗାତାର ତିନିଦିନ ଧରି ଚାଲୁ ରହିବ । ଏ ସମ୍ପର୍କରେ ପୁରୀରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଅସହ୍ୟ ଗରମ ଯୋଗୁଁ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଏହି ଏସି ଟନେଲର ବ୍ୟବସ୍ଥା କରିଥିଲେ । କିନ୍ତୁ ଆଗକୁ ଆସୁଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଖିଆଗରେ ରଖି ବଡଦାଣ୍ଡକୁ ସଫା କରିବା ପାଇଁ ଏବେ ଠାରୁ ପ୍ରୟାସ ଜାରି ରହିଛି ।

Get real time updates directly on you device, subscribe now.