fbpx

ପାହାଡ ଧସି ରାସ୍ତା ଅବରୋଧ, ୩ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

Advertisement

ଗଜପତି : କୁଞ୍ଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ବିଚ୍ଛିିନ୍ନ ହୋଇଛି । ଗୁମ୍ମା ବ୍ଲକ ଦେବଗିରି ପାହାଡ ଧସି ରାସ୍ତା ଉପରେ ମାଟି, ପଥର ଗଦା ହୋଇଛି । ଯାହା ଫଳରେ ଗାଡିଚଳା ଚଳ ବାଧାପ୍ରାପ୍ତ ହୋଇଛି । ଆଜି ସକାଳୁ ଏହି ପାହାଡ ଧସିଥିଲା । ତେବେ ଗତକାଲି ରାତି ଠାରୁ ଲଗାଣ ବର୍ଷା ଯୋଗୁଁ ଏଠାରେ ପାହଡ ଧସିଥିବା ଜଣା ପଡିଛି । ଅନ୍ୟ ପାଶ୍ୱର୍ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି, ଯାହା ଫଳରେ ୮ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି ହେବା ସହିତ ୧୦ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୫ ତାରିଖ ବେଳକୁ ବର୍ଷା କମିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହି ଲଗାଣ ବର୍ଷା କାରଣରୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.