fbpx

ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ; ଏକକାଳିନ ୧୧ଟି ସ୍ଥାନରେ ଚଢାଉ

କାମାକ୍ଷାନଗର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ଦୁର୍ନିତୀର ମାତ୍ରା ବଢିବାର ଲାଗିଛି । କିଛିଟା ଟଙ୍କା ଲୋଭରେ ଲୋକେ ଭୁଲ କରି କାମକୁ ଆପଣେଇ ନେଉଛନ୍ତି । ଯେଉଁଥିରେ ଏକାଧିକ ସରକାରୀ ବାବୁଙ୍କ ନାମ ମଧ୍ୟ ସାମିଲ ଅଛି । ତେବେ ଏହି ସରକାରୀ ବାବୁମାନଙ୍କ ମଧ୍ୟରୁ କିଏ ଲାଞ୍ଚ ନେଇ ଭିଜିଲାନ୍ସ ଫାଶରେ ପଡୁଛି ତ ଆଉ କିଏ ଆୟ ବହିର୍ଭୂତ ସମ୍ପତ୍ତି ପାଇଁ ଏହି ଜାଲରେ ଛନ୍ଦି ହୋଇଯାଉଛି । ତେବେ ପୂର୍ବରୁ ଏହିପରି ଅନେକ ଘଟଣା ଦେଖିବାକୁ ମିଳିଥିବା ବେଳେ, ବର୍ତ୍ତମାନ ସେହିପରି ପୁଣି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଆରଡବ୍ଲୁଏସଏସ ଅଧିକ୍ଷଣ ଯନ୍ତ୍ରୀ ଏହି ଭିଜିଲାନ୍ସ ପଞ୍ଝାରେ ପଶିଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଆର ଡବ୍ଲୁ ଏସ ଏସ ଅଧିକ୍ଷଣ ଯନ୍ତ୍ରୀ ବିଜୟ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଥିବା ଜଣାପଡିଛି । ଯାହାଫଳରେ ଭୁବନେଶ୍ୱର , ଢେଙ୍କାନାଳ, ଅନୁଗୁଳ ସମେତ ଏକକାଳିନ ୮ଟି ସ୍ଥାନରେ ଚଢାଉ ଜାରି ରହିଛି । ଯେଉଁଥିରେ ଅଫିସ ବାସଭବନ ଆଦି ସାମିଲ ଅଛି । ତେବେ ଏହି ଆର ଡବ୍ଲୁ ଏସ ଏସ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁତୁରା ବିଜୟ ସାହୁ ବୋଲି ଜଣା ପଡିଛି ।

ତେବେ ଭିଜିଲାନ୍ସ ପକ୍ଷରୁ ହେଉଥିବା ଚଢାଉ ଫଳରେ ବର୍ତ୍ତମାନ ଆର ଡବ୍ଲୁ ଏସ ଏସ ଅଧିକ୍ଷଣ ଯନ୍ତ୍ରୀ ବିଜୟ କୁମାର ସାହୁଙ୍କ ଅଡୁଆ ବଢିବାର ଲାଗିଛି । ଏଥିସହିତ ଭିଜିଲାନ୍ସ ଟିମର ଏହି ରେଡରେ କେତେ ସମ୍ପତ୍ତି ଠୁଳ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଚଢାଉ ଜାରୀ ରହିଛି ।

Get real time updates directly on you device, subscribe now.