fbpx

ଆଖୁ ରସରେ ଛେପ ପକାଇ ଗ୍ରାହକଙ୍କୁ ଦେଉଥିଲେ ଦୋକାନୀ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସହରରେ ପାରଦ ୪୫ ଡିଗ୍ରୀ ଉପରେ । ତେଣୁ ଲୋକମାନେ ଘରୁ ବାହାରିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି । ଏଭଳି ସ୍ଥିତିରେ ଲୋକମାନେ ଗରମରୁ ଆଶ୍ୱସ୍ତି ପାଇଁ ଆଖୁ ରସ ପିଇବା ପସନ୍ଦ କରିଥାନ୍ତି । କିନ୍ତୁ ନୋଏଡ଼ାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲା ପରେ ଆଖୁ ରସ ପିଇବା ପୂର୍ବରୁ ୧୦ ଥର ଭାବିବେ ।

ନୋଏଡ଼ା ସେକ୍ଟର ୧୨୧ ସ୍ଥିତ କ୍ଲିଓ କାଉଣ୍ଟି ସୋସାଇଟିରେ କ୍ଷିତିଜ୍ ଭାଟିଆ ନାମକ ଜଣେ ବ୍ୟକ୍ତି ରହୁଛନ୍ତି । ଶନିବାର ସେ ତାଙ୍କ ପତ୍ନିଙ୍କ ସହ ସୋସାଇଟିର ଗେଟ୍ ନମ୍ବର ୧ ନିକଟରେ ଏକ ଦୋକାନକୁ ଆଖୁ ରସ ପିଇବା ପାଇଁ ଯାଇଥିଲେ । ବ୍ୟକ୍ତି ଜଣକ ଦୁଇଟି ଆଖୁ ରସ ଗ୍ଲାସ ଅର୍ଡର କରିଥିଲେ । ଦୋକାନୀ ଜଣଙ୍କ ଜୁସ୍ ଗ୍ଲାସରେ ୩-୪ ଥର ଛେପ ପକାଇବା ପରେ ତାଙ୍କୁ(କ୍ଷିତିଜ୍ ଭାଟିଆ) ଦେଉଥିବାର ଦେଖିଥିଲେ । ଏହାର ବିରୋଧ କରିବା ପରେ ଦୋକାନୀ ତାଙ୍କ ସହ ଅଭଦ୍ରତା କରିଥିଲେ । ପରେ ଉକ୍ତ ବ୍ୟକ୍ତି ସେଠାରୁ ପଳାଇଥିଲେ । ରବିବାର ସେ ଉକ୍ତ ଦୋକାନୀଙ୍କ ନାଁରେ ସ୍ଥାନୀୟ ଫେଜ୍ ୩ ପୋଲିସ ଷ୍ଟେସନରେ FIR କରିଥିଲେ । ପରେ ଦୁଇ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରି ସେମାନଙ୍କୁ ଆଇପିସିର ବିଭିନ୍ନ ଧାରା ଅନ୍ତର୍ଗତ ଗିରଫ କରିଥିଲା ପୋଲିସ । ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ଉତ୍ତରପ୍ରଦେଶର ସାହେବ ଆଲମ ଏବଂ ଜମଶେଦ ଖାନ ।

Get real time updates directly on you device, subscribe now.