fbpx

ପ୍ରତିହାରୀ ସେବାୟତଙ୍କୁ ନୋଟିସ୍ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପ୍ରତିହାରୀ ସେବାୟତଙ୍କୁ ନୋଟିସ୍ ଜାରି କରିଛି । ଶ୍ରୀଜିଉଙ୍କ ନୀତି ବିଳମ୍ବ ପାଇଁ ଶିବ ଶଙ୍କର ମହାପାତ୍ରଙ୍କୁ ନୋଟିସ୍ ଜାରି କରାଯାଇଛି ।  ତେବେ ଏଭଳି ନୋଟିସକୁ ପ୍ରତିହାରୀ ନିଯୋଗ ସ୍ୱାଗତ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଗତକାଲି ଅର୍ଥାତ ଶୁକ୍ରବାର ଶ୍ରୀମନ୍ଦିର ଦ୍ୱାରଫିଟାରେ ୩୫ ମିନିଟ ବିଳମ୍ବ ହୋଇଥିଲା । ତେବେ କେଉଁ କାରଣରୁ ଦ୍ୱାରଫିଟା ବିଳମ୍ବ ହେଲା ବୋଲି ଜବାବ ତଲବ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ବିଳମ୍ବ ହେଲେ ମହାପ୍ରଭୁଙ୍କର ଅନ୍ୟ ନୀତି ବିଳମ୍ବ ହୋଇଥାଏ । ଫଳରେ ମହାପ୍ରଭୁଙ୍କ ମହାପ୍ରସାଦ ବାହାରିବାରେ ମଧ୍ୟ ବିଳମ୍ବ ହୋଇଥାଏ । ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପକୁ ପ୍ରତିହାରୀ ନିଯୋଗ ସ୍ୱାଗତ କରିଥିବା ବେଳେ ଅନ୍ୟ ନୀତି ବିଳମ୍ବରେ ବି ସମାନ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଶ୍ରୀମନ୍ଦିର ପ୍ରଶାସକଙ୍କୁ ନିବେଦନ କରିଛି।

ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ଦ୍ୱାରଫିଟା ବିଳମ୍ବ ହେବାରୁ ପ୍ରତିହାରୀ ସେବକଙ୍କୁ ନୋଟିସ କରାଯାଇଥିବା ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି । ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଦ୍ୱାରଫିଟା ବିଳମ୍ବ ହେଉଥିବା ଆମେ ଅଭିଯୋଗ କରିଥିଲୁ। ଯେଉଁମାନେ ନୀତି ବିଳମ୍ବ କରୁଛନ୍ତି ତାଙ୍କ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆମେ ଦାବି କରିଥିଲୁ ।

Get real time updates directly on you device, subscribe now.