fbpx

(Video) ରାଜ୍ୟ ସରକାରଙ୍କୁ ଘାରିଲା ବନ୍ୟା ଚିନ୍ତା, ଦୁର୍ବଳ ନଦୀବନ୍ଧକୁ ସୁଦୃଢ କରିବାକୁ ନିର୍ଦ୍ଦେଶ

Advertisement

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବନ୍ୟାମୁକାବିଲା ଚିନ୍ତା ନେଇ ମୁଣ୍ଡବ୍ୟଥା ଘାରିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ପରିଚାଳନାର ପ୍ରସ୍ତୁତି ନେଇ କଡା ସମୀକ୍ଷା କରିଛନ୍ତି । ବନ୍ୟା ପରିସ୍ଥିତି ପରିଚାଳନା ପୂର୍ବରୁ ରାଜ୍ୟର ସମସ୍ତ ଦୁର୍ବଳ ନଦୀ ବନ୍ଧଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଓ ଉନ୍ନତ କରିବା ଦିଗରେ ତତ୍ପର ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ , ବନ୍ୟା ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ ଖୋଲିବା ସହ ସମସ୍ତ ସରକାରୀ ଅଧିକାରୀ ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାର ତହସିଲଦାର ଏବଂ ବିଭାଗୀୟ ଅଧିକାରୀମାନେ ଦୁର୍ବଳ ନଦୀ ବନ୍ଧଗୁଡ଼ିକର ନଜର ରଖି ସଠିକ ପଦକ୍ଷେପ ନେବାକୁ କୁହାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗର ସମସ୍ତ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ ଗୁଡିକ କେଉଁଥି ଲାଗି ବିଳମ୍ବ ହେଉଛି ତା’ର ତାଲିକା ପ୍ରସ୍ତୁତ କରି ଏହାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ମେଗା ଜଳସେଚନ ପ୍ରକଳ୍ପ, ମଧ୍ୟମ ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, କେନାଲ, ଗଭୀର ନଳକୂପ ଗୁଡ଼ିକ କେଉଁ ଜିଲ୍ଲାରେ କେତେ ଅଛି, କେତେ ନିର୍ମାଣାଧୀନ ଅଛି ପଚାରି ବୁଝିଥିଲେ ସମସ୍ତ ନିର୍ମାଣାଧୀନ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ଯେ ଚଳିତ ବର୍ଷା ଋତୁରେ ବନ୍ୟାକୁ ନେଇ ବିଭାଗ କେତେ ଦୂର ପ୍ରସ୍ତୁତ ଅଛି ସେ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। କେଉଁ କେଉଁ ନଦୀରେ ବିଶେଷ ବନ୍ୟା ହୋଇଥାଏ, ମହାନଦୀର ଜଳ ପରିଚାଳନା, ହୀରାକୁଦର କେବେ ଗେଟ୍ ଖୋଲାଯାଏ, ବିଭିନ୍ନ ଡ୍ୟାମ୍‌ର ସ୍ଥିତି, ବନ୍ୟା ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ, ବନ୍ୟା ହେଲେ ଲୋକଙ୍କୁ ସ୍ଥାନାନ୍ତରଣ, ଗୃହପାଳିତ ପଶୁଙ୍କ ସୁରକ୍ଷା ଆଦି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

 

Get real time updates directly on you device, subscribe now.