fbpx

ଧୂମପାନ ପୋଷ୍ଟର ମାମଲା: ଧନୁଷଙ୍କ ବିରୋଧରେ ହେଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

Advertisement

ମୁମ୍ବାଇ: ଗତ କିଛି ମାସ ହେବା ଧୂମପାନ ଓ ଗୁଟଖାକୁ ପ୍ରୋତ୍ସାହିତ କରୁଥିବା ବଲିଉଡ଼ ତାରକାଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖାଯାଉଛି । ଏହି ମାମଲାରେ ଅକ୍ଷୟ କୁମାର, ଅଜୟ ଦେବଗନ୍ ଏବଂ ଶାହରୁଖ ଖାନଙ୍କ ଭଳି ବଲିଉଡ଼ ତାରକାଙ୍କ ନାମ ତାଲିକାରେ ସାମିଲ ରହିଥିଲା । ବର୍ତ୍ତମାନ ଏହି ମାମଲାରେ ଜଡ଼ିତ ଥିବା ସାଉଥ୍ ସୁପରଷ୍ଟାର ଧନୁଷଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏହି ସାଉଥ୍ ସୁପରଷ୍ଟାରଙ୍କୁ କୋର୍ଟଙ୍କ ପକ୍ଷରୁ ଆସ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ଧନୁଷଙ୍କ ବିରୋଧରେ ଦାଖଲ କରାଯାଇଥିବା ଏକ ପିଟିସନକୁ ଖାରଜ କରିଛି ସୁପ୍ରିମକୋର୍ଟ ।

ସୂଚନାରୁ ପ୍ରକାଶଯେ ୨୦୨୪ରେ ମୁକ୍ତିଲାଭ କରିଥିବା ଧନୁଷଙ୍କ ତାମିଲ ଚଳଚ୍ଚିତ୍ର ‘ଭେରାଇଲା ପଟ୍ଟାଥାରୀ’ ପୋଷ୍ଟର ବିରୋଧରେ ଏକ ପିଟିସନ ଦାଖଲ କରାଯାଇଥିଲା । ଜାନୁଆରୀ ୧୬ରେ ସୁପ୍ରିମକୋର୍ଟ ଏହି ମାମଲା ଉପରେ ନିଜ ରାୟ ପ୍ରଦାନ କରି ମାଦ୍ରାସ ଉଚ୍ଚ ନ୍ୟାୟାଳୟକୁ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ତେବେ ମାଦ୍ରାସ ଉଚ୍ଚ ନ୍ୟାୟାଳୟ ଏହାର ଶୁଣାଣୀରେ ଫିଲ୍ମର ପୋଷ୍ଟର ବିରୋଧରେ ହୋଇଥିବା ଆପରାଧିକ ପ୍ରକ୍ରିୟାକୁ ବନ୍ଦ କରିଦେଇଛନ୍ତି । ଏହି ପୋଷ୍ଟରରେ ଧନୁଷ ସିଗାରେଟ୍ ଟାଣୁଥିବାର ନଜର ଆସିଥିଲେ ଏବଂ ଚଳଚ୍ଚିତ୍ରରେ ସିଗାରେଟ୍ ବ୍ୟବହାରକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣୀରେ ସୁପ୍ରିମକୋର୍ଟର୍ ବେଞ୍ଚ କହିଛନ୍ତି ଯେ ଆଡ୍ ଦେଖିବା ଏବଂ ବୁଝିବା ପରେ ଏହା ଦର୍ଶାଯାଇଥିଲା ଯେ ସିଗାରେଟ୍ ଏବଂ ତମାଖୁ ଦ୍ରବ୍ୟ ଅଧିନିୟମ, ୨୦୨୩ର ଉପ-ଧାରା(୧) ଏହି ମାମଲାରେ ପ୍ରାଯୁଜ୍ୟ ନୁହେଁ । ତେଣୁ ଏହି ଆବେଦନକୁ ଖାରଜ କରାଯାଇଛି । ଅପରପକ୍ଷରେ ଅଭିଯୋଗକାରୀ ଜଣଙ୍କ ନିଜ ଅଭିଯୋଗରେ କହିଛନ୍ତି ଯେ ସିଗାରେଟ୍ ଏବଂ ତମାଖୁ ଦ୍ରବ୍ୟ ଅଧିନିୟମ, ୨୦୨୩ ଅନୁଯାୟୀ ଏହା ଏକ ଅପରାଧ । ଏହି ମାମଲାରେ ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ଭାବନା ଏବଂ ଲୋକପ୍ରିୟ ମାନ୍ୟତା ଦ୍ୱାରା କୋର୍ଟ ପ୍ରଭାବିତ ହୋଇପାରିବ ନାହିଁ ।

 

 

Get real time updates directly on you device, subscribe now.