fbpx

କଲବଲ କରିବ ତାତି ! ରାଜ୍ୟରେ ଆଗାମୀ ୪ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ଉତ୍ତାପ କ୍ରମଶଃ ବଢ଼ିବାରେ ଲାଗିଛି । ଗତକାଲି ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲ୍‍ସିୟସ ରେକର୍ଡ କରାଯାଇଥିବାବେଳେ ୫ଟି ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିବା ଜଣାପଡିଛି ।

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୪ ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି । ସେହିଭଳି ରାତି ତାପମାତ୍ରା ମଧ୍ୟ ୨ରୁ ୩ଡିଗ୍ରୀ ବଢ଼ିପାରେ । ପରବର୍ତ୍ତୀ ସମୟରେ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବାରୁ ଅନେକ ଅଞ୍ଚଳରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ରହିଛି । ଏଥିସହିତ ଆସନ୍ତାକାଲି ଏବଂ ମଙ୍ଗଳବାର ରାଜ୍ୟର ୪-୫ଟି ଜିଲ୍ଳାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ତେବେ ସାରା ରାଜ୍ୟରେ ଉପରମୁହାଁ ପାରଦ। ଉପାନ୍ତରୁ ଉପକୂଳ ସବୁଠି ବଢିଲା ତାତି। ୨୮ ତାରିଖରୁ ଜଳିବ ପଶ୍ଚିମ ଓଡ଼ିଶା। ସୃଷ୍ଟି ହେବ ହଟ୍ ଓ୍ବେଦର କଣ୍ଡିସନ୍। ଆଜି ଏବଂ କାଲି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ରୁ ୩୯ ଡିଗ୍ରୀ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ବିଶେଷ କରି ସୋନପୁର, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର, ବରଗଡ, ଝାରସୁଗୁଡା, ମାଲକାନଗିରି ଏବଂ କଳାହାଣ୍ଡିରେ ତାତି ବଢିବ। ୨୫ ଏବଂ ୨୬ ତାରିଖରେ ପୁଣି ସକ୍ରୀୟ ହେବ ପଶ୍ଚିମା ଝଡ।

Get real time updates directly on you device, subscribe now.