fbpx

Video: ମାରିଲା ଘଡ଼ଘଡ଼ି ଭାଙ୍ଗିଗଲା ଦଧିନଉତି: ଭଙ୍ଗା ଦଧିନଉତି ସିଧା ଆସି ତଳେ ପଡ଼ିଗଲା, ମନ୍ଦିର ପୁରା ଆଲୋକମୟ ହୋଇଗଲା

Advertisement

ଭୁବନେଶ୍ୱର: ଓଡ଼ିଶାକୁ ମାଡ଼ି ମାଡ଼ି ଆଶୁଛି ଗୋଟିଏ ପରେ ଗୋଟିଏ ବିପଦ । କେତେବେଳେ ମନ୍ଦିର ଉପରେ ଚିଲ ବଶୁଛି ତ ପୁଣି କେତେବେଳେ ମନ୍ଦିରର ଦଧିନଉତି ଭାଙ୍ଗିଯାଉଛି । କୁହାଯାଏ ମନ୍ଦିର ମାନଙ୍କରେ ଅଘଟଣ ଘଟିଲେ ଲୋଙ୍କ ଉପରକୁ ବିପଦ ମାଡ଼ିଆସେ । ଆଉ ଆଜି ଠିକ୍ ଏମିତି କିଛି ଦେଖିବାକୁ ମିଳିଛି । ବିଜୁଳି ଘଡ଼ଘଡ଼ିରେ ପୁରା ଭାଙ୍ଗିକି ଗୁଣ୍ଡ ହୋଇଯାଇଛି ଲିଙ୍ଗରାଜଙ୍କ ମାଉସୀମାଙ୍କର ମନ୍ଦିରର ଦଧିନଉତି । ପୁରା ତରେ ଆସି ପତକା ସହିତ ଗଳି ପଡ଼ିଛି । ଦଧିନଉତି ବିନା ମନ୍ଦିର ପୁରା ଅଧୁରା ହୋଇଯାଇଛି । ସମସ୍ତେ ଏବେ ପୁରା ଭୟରେ ଏସବୁ କଣ ହୋଇଯାଉଛି ଭାବିକି ।

ଶନିବାର ସକାଳକୁ ରାଜଧାନିରେ ବର୍ଷା ସହ ଘଡ଼ ଘଡ଼ି ଲାଗି ରହିଛି । ପୁରା କଳାହାଣ୍ଡିଆ ମେଘ ତୁହାକୁ ତୁହା ବର୍ଷି ଚାଲିଛି । ଆଉ ଏହାରି ଭିତରେ ଘଟିଯାଇଛି ମାଉସୀ ମାଙ୍କ ମନ୍ଦିର ଉପରେ ଅଘଟଣ । ଘଡ଼ଘଡ଼ି ମାରି ମନ୍ଦିରର ଦଧିନଉତି ପୁରା ଭାଙ୍ଗିଯାଇଛି । ଖବର ମୁତାବିକ ମନ୍ଦିରରେ ପୂଚଜା ଚାଲିଥିଲା । ବୋଲବମ୍ ଭକକ୍ତ ମାନେ ରାସ୍ତାରେ ପାଣିଭାର ନେଇ ଯାଉଥିଲେ । ଆଉ ଠିକ ଏତିକି ବେଳେ ମାରିଥିଲା ଜୋର ବିଜୁଳି ସହ ଘଡ଼ଘଡ଼ି । ମନ୍ଦିର ଆଖପାଖ ପୁରା ଆଲୋକମୟ ହୋଇଯାଇଥିଲା । ଆଉ ଏହାପରେ ଦେଖିଲା ବେଳକୁ ମନ୍ଦିରର ଦଧିନଉତି ଭାଙ୍ଗି ଆସି ତଳେ ପଡ଼ିଗଲା ।

ତେବେ ଏଠି ପ୍ରଶ୍ନ ଉଠୁଛି ମନ୍ଦିରକୁ ଘଡ଼ଘଡ଼ିରୁ ସୁରକ୍ଷା ଦେବା ପାଇଁ ମନ୍ଦିର ଉପରେ ଆର୍ଥିନ ଲାଗିଥିଲା କି ନାହିଁ । ନା ଅବହେଳାରେ ରହିଥିଲା ଏହି ପୁରାତନ ମାଉସୀମାଙ୍କର ମନ୍ଦିର । ଯଦି ଆର୍ଥିନ ଲାଗିନଥିଲା ତାହାଲେ ଏଥିପାଇଁ ଦାୟୀ କିଏ । ସବୁଠାରୁ ବଡ଼ କଥା ହେଉଛି କି ଯେବେଠାରୁ ଶ୍ରୀମନ୍ଦିର ଦେଉଳ ଉପରେ ଚିଲ ବଶିଛି ସେବେଠାରୁ ବିପଦ ମାଡ଼ି ଆଶୁଛି ।

 

Get real time updates directly on you device, subscribe now.