fbpx

ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ ଲାଗି ପାଗ ଅନୁକୂଳ; ଆଜି ବିଭିନ୍ନ ସହରରେ ତାପମାତ୍ରାରେ ସାମାନ୍ୟ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ ଲାଗି ପାଗ ଅନୁକୂଳ ହେଉଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଦେଇଛି । ଆଜି ବିଭିନ୍ନ ସହରରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ସୂଚନା ଅନୁଯାୟୀ ଦିନ ୧୧ଟା ସୁଦ୍ଧା ଝାରସୁଗୁଡ଼ାଠାରେ ସର୍ବାଧିକ ଦିନ ତାପମାତ୍ରା ୩୮ ଦଶମିକ ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ସମ୍ବଲପୁରରେ ୩୭ ଦଶମିକ ୬, ହୀରାକୁଦରେ ୩୭ ଦଶମିକ ୪, ପୁରୀରେ ୩୩ ଦଶମିକ ୮ ଓ ଭୁବନେଶ୍ୱରରେ ୩୩ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ପୁରୀରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ପାଗ ଭଲ ରହିଛି । ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୯ରୁ ୧୦ କିଲୋମିଟର ବେଗରେ ପବନ ବହୁଥିବାରୁ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି ।

 

 

Get real time updates directly on you device, subscribe now.