ପିପିଲି: (ଓଡ଼ିଶା ଭାସ୍କର) ସ୍ୱାବିଲମ୍ବୀ ହେଉଛନ୍ତି ମହିଳା, ବଡି ଦେଉଛି ରୋଜଗାର । ଘରର ସବୁ କାମ ସାରି ଲାଗି ପଡନ୍ତି ନିଜର ରୋଜଗାରରେ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ଗାଁର ସହ ସହ ମହିଳା ଏ ଦୃଶ୍ୟ ହେଉଛି ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ଗାଁ ର ଦେଖିଲେ ଭାବିବେ ସମସ୍ତ ଦୁଆରେ କଣ ପାଇଁ ଗୋଟିଏ ଗୋଟିଏ ଜରି ପାଲ ଓ ଭାଢି ଊପରେ ଟିଣ ପାତିଆ ପଡିଛି ଏ ଜରି ପାଲ ଓ ଟିଣ ପାତାଆ ରେ କିଛି ଜିନିଷ ସୁଖିଛି ସେ ସବୁ ହେଉଛି ବଡି। ସହ ସହ ଦାଣ୍ଡମୁକୁନ୍ଦପୁର ମହିଳା ଲାଗିପଡିଛନ୍ତି ବଡ ତିଆରି କାମରେ ।
ନିଜେ ନିଜ ଅର୍ଥ ସଞ୍ଚିୟ କରି ନିଜ ରୋଜଗାରରେ ଲାଗି ପଡିଛନ୍ତି ମହିଳା । ନା ସରକାରୀ ସହେୟତା ଅଛି ନା କୌଣସି ବେସରକାରି ସହେୟତା ଅଛି । ନିଜେ ନିଜ ଅର୍ଥ ସଞ୍ଚୟ କରି ଲାଗିପଡିଛନ୍ତି ନିଜ କାମରେ । ବଡି ତିଆରି କରି ଭୁବନେଶ୍ୱର, କଟକ, ପୁରୀରେ ବିକ୍ରୟ କରି ନିଜର ଗୁଜୁରାଟ ମେଣ୍ଟାଉଛନ୍ତି। “ଜଦି ସରକାରଙ୍କ ନଜର ଆମ ଉପରେ ପଡ଼ିବ ତାହାହେଲେ ଆମେ ସବୁ ମହିଳା ବଡି ନୁହେଁ ବରଂ ଆହୁରି ବିଭିନ୍ନ ଜିନିଷ ତିଆରି କରି ପିପିଲିର ନାଁ ରଖିବୁ।”