fbpx
BSKY SKY
BSKY SKY

YouTuber ମାନଙ୍କ ପାଇଁ ଖୁସି ଖବର: ମନିଟାଇଜେସନ ପାଇଁ ଦରକାର ମାତ୍ର ଏତିକି ସବସ୍କ୍ରାଇବର

BSKY

ୟୁଟ୍ୟୁବରେ ଟଙ୍କା ରୋଜଗାର କରିବାକୁ ଚାହୁଁଥିବା ଯୁବ ବର୍ଗମାନଙ୍କ ପାଇଁ ଆସିଛି ଏକ ବଡ ଖବର । ନୂଆ କରି ଚାନେଲ ଖୋଲିଥିବା ୟୁଟ୍ୟୁବରଙ୍କ ପାଇଁ ଏହା ରଜର ଭେଟି ବୋଲି କୁହାଯାଇପାରେ । କାରଣ ୟୁଟ୍ୟୁବର ମନିଟାଇଜେସନ ନିୟମରେ ପରିବର୍ତ୍ତନ ହୋଇଛି । କୌଣସି ୟୁଟ୍ୟୁବ ଚାନେଲ ମନିଟାଇଜେସନ କରିବା ପାଇଁ ଏବେ ସବସ୍କ୍ରାଇବରଙ୍କ ସଂଖ୍ୟା କମ୍ କରାଯାଇଛି । ଏବେ ୧୦୦୦ ସବସ୍କ୍ରାଇବର କିମ୍ବା ୪୦୦୦ ଘଣ୍ଟା ଭ୍ୟୁଜ ହେବା ପୂର୍ବରୁ ମଧ୍ୟ ଚାନେଲ ମନିଟାଇଜ ହେବା ସହ ରୋଜଗାରର ବାଟ ଖୋଲିପାରିବ ।

ଆଜିକାଲି ୟୁଟ୍ୟୁବ ଚାନେଲରୁ ଟଙ୍କା ରୋଜଗାର କରିବା ଟ୍ରେଣ୍ଡିଂରେ ରହିଛି । ଦିନକୁ ଦିନ ଯୁବବର୍ଗ ଏଥିରେ ଅଧିକ ଯୋଗଦାନ କରୁଛନ୍ତି । ତେଣୁ କମ୍ପାନୀ ବର୍ତ୍ତମାନ ୟୁଟ୍ୟୁବ ମନିଟାଇଜେସନ ନିୟମରେ ବଡ ପରିବର୍ତ୍ତନ ଆଣିଛି । ଏଣକିି ମାତ୍ର ୫୦୦ ସବସ୍କ୍ରାଇବର ହେଲେ ହିଁ ୟୁଟ୍ୟୁବ ଚାନେଲ ମନିଟାଇଜ ହୋଇଯିବ । ଏହା ସହିତ ୱାଚ ଟାଇମ ମଧ୍ୟ କମ୍ କରି ଦିଆଯାଇଛି । ପୂର୍ବରୁ ଏହି ସମୟ ୪୦୦୦ ଘଣ୍ଟା ଥିବା ବେଳେ ବର୍ତ୍ତମାନ ମାତ୍ର ୩୦୦୦ ଘଣ୍ଟା ଧାର୍ଯ୍ୟ କରିଛି କମ୍ପାନୀ । ଏହାପରେ ୟୁଟ୍ୟୁବର ଟର୍ମ ଆଣ୍ଡ କଣ୍ଡିସନ ଗ୍ରହଣ କରି ରୋଜଗାରକ୍ଷମ ହୋଇପାରିବେ । ଏହାବ୍ୟତୀତ ୯୦ ଦିନ ମଧ୍ୟରେ ଅତି କମରେ ୩ଟି ସର୍ବସାଧାରଣ ଭିଡିଓ ରହିବା ଉଚିତ ।

ପୂର୍ବରୁ ସର୍ଟ ଭିଡିଓ ମାଧ୍ୟମରେ ରୋଜଗାର କରିବାକୁ ହେଲେ ଆକାଉଣ୍ଟରେ ଅତିକମରେ ୧୦ ମିଲିୟନଭ୍ୟୁଜ ଆବଶ୍ୟକ ହେଉଥିବା ବେଳେ ୯୦ ଦିନ ଭିତରେ ଏହାକୁ ହାସଲ କରିବାକୁ ପଡୁଥିଲା । ତେବେ ପରିବର୍ତ୍ତିତ ନିୟମ ଅନୁଯାୟୀ ବର୍ତ୍ତମାନ ୟୁଟ୍ୟୁବରମାନଙ୍କୁ ମାତ୍ର ୩ ମିଲିୟନ ଭ୍ୟୁଜ ଆବଶ୍ୟକ ହେଉଛି ।

ୟୁଟ୍ୟୁବ ସର୍ଟ ଭିଡିଓ ପାଇଁ ନିୟମ: ଜଣେ ୟୁଟ୍ୟୁବର୍ ସମସ୍ତ କ୍ରାଇଟେରିଆ ପାସ୍ କରି ସାରିବା ପରେ ଚାନେଲ ୟୁଟ୍ୟୁବ ପାର୍ଟନର ପ୍ରୋଗ୍ରାମ ଅଧୀନରେ ମନିଟାଇଜେସନ ପାଇଁ ପ୍ରସ୍ତୁତ ହୋଇପାରିବ । ଏହାପରେ ୟଟ୍ୟୁବର୍ କମ୍ପାନୀର ସୁପର ଚାଟ୍, ସୁପର ଷ୍ଟିକର ଏବଂ ସବସ୍କ୍ରିପ୍ସନ ଟୁଲ ବ୍ୟବହାର କରିବା ପାଇଁ ସକ୍ଷମ ହୋଇପାରିବେ । ତେବେ ୱାଇପିପି ଅଧୀନରେ ଥିବା ନୂତନ ନୀତି କେବଳ ୟୁଏସ, ୟୁକେ, କାନାଡା, ତାଇୱାନ ଏବଂ ଦକ୍ଷିଣ କୋରିଆରେ ଆରମ୍ଭ ହୋଇ ସାରିଥିବା ବେଳେ ଖୁବଶୀଘ୍ର ଏହା ଆଗାମୀ ଦିନରେ କାର୍ଯ୍ୟକାରୀ ହେବ ।

Get real time updates directly on you device, subscribe now.