ଚୋରକୁ ନାହିଁ ସିସିଟିଭିର ଭୟ; କ୍ୟାମେରା ଉପରେ ଶାଢୀ ଢାଙ୍କି ବୁଲାଇଲେ କଳାକନା

ଉଦଳା: ରାଜ୍ୟରେ ତଥା ଦେଶରେ ଚୋରମାନେ ଚୋରି କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଚୋରଜଣକ ଶାଢୀକୁ ସିସିଟିଭି କ୍ୟାମେରା ଉପରେ ଢାଙ୍କୀ ଘରୁ ଟଙ୍କା ପଇସା ଲୁଟିଛି ।

ସୂଚନାନୁଯାୟୀ, ଏନସି ୪ନଂ ୱାର୍ଡର ଜଣେ ଶିକ୍ଷକଙ୍କୁ ଘରୁ ଦୁର୍ବୃତ୍ତ ଲୁଟି ନେଇଛନ୍ତି । ସୁନା ଅଳଙ୍କାର ସହ ନଗଦ ଟଙ୍କା ସେ ଲୁଟିନେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଘର ଭିତରେ ଦୁର୍ବୃତ୍ତ ସିସିଟିଭିରେ ଶାଢୀ ଢାଙ୍କିବାର ଭିଡିଓ କଏଦ ହୋଇଛି । ପ୍ରଥମେ ଚୋର ଜଣକ ଗାମୁଛାରେ ଘୋଡାଇ ହୋଇଆସିଥିଲା ଏବଂ ଘରେ ପଡିଥିବା ସାଢୀକୁ ନେଇ ସିସିଟିଭି କ୍ୟାମେରାରେ ଘୋଡାଇଥିଲା ।

ଏନସି ୪ନଂ ୱାର୍ଡର ଶିକ୍ଷକ ଦୈତାରୀ ବିନ୍ଧାଣୀ ମେଡିକାଲ କାମ ପାଇଁ ବାଲେଶ୍ୱର ଯାଇଥିଲେ । ଯେତେବେଳେ ସେ ଘରକୁ ଫେରିଥିଲେ, ସେତେବେଳେ ଦେଖିବାକୁ ପାଇଥିଲେ ଯେ, ଘରୁ ଚୋରି ହୋଇଛି । ସେ ଘରେ ସିସିଟିଭି କ୍ୟାମେରା ଲଗାଇବା ସତ୍ତ୍ୱେ ସେ ଚୋର ପାଖରେ ପହଞ୍ଚିପାରିନଥିଲେ ।

 

 

Get real time updates directly on you device, subscribe now.