fbpx

ରାଜ୍ୟରେ ରହିଛନ୍ତି ୨୫ ଲକ୍ଷ ଜାଲ ରାସନକାର୍ଡଧାରୀ: ଖାଦ୍ୟଯୋଗାଣ ମନ୍ତ୍ରୀ

ଓଡିଶା ଭାସ୍କର : ରାଜ୍ୟରେ ପ୍ରାୟ ୨୫ ଲକ୍ଷ ଜାଲ ରାସନକାର୍ଡଧାରୀ ଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣମନ୍ତ୍ରୀ । ଆହୁରି ମଧ୍ୟ ଏମିତି ଜାଲ ତଥା ନକଲି ରାସନକାର୍ଡଧାରୀ ବାହାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଏଥିପାଇଁ ସେ ବିଭାଗୀୟ ତଦନ୍ତ କରିବାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆଗମୀ ଦିନରେ ଜାଲ ରାସନକାର୍ଡଧାରୀଙ୍କୁ ଚିହ୍ନଟ କରାଯିବ ଓ ସେମାନଙ୍କ ସ୍ଥାନରେ ଯିଏ ରାସନକାର୍ଡ ପାଇବା ପାଇଁ ଯୋଗ୍ୟ ସେମାନଙ୍କୁ ଏହା ପ୍ରଦାନ କରାଯିବ ବୋଲି ଶ୍ରୀ ପାତ୍ର ଜଣାଇଛନ୍ତି । ମାସ ଶେଷସୁଦ୍ଧା ଏହି କାର୍ଯ୍ୟକୁ ତ୍ୱରାନ୍ୱିତ ଭାବରେ କରାଯିବାକୁ ମଧ୍ୟ ସେ ପ୍ରତିଶ୍ରୁତି ରଖିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ଏହି ଜାଲ ରାସନକାର୍ଡଧାରୀଙ୍କୁ ଚିହ୍ନଟ କରାଯାଇ ନୂଆ ରାସନକାର୍ଡଧାରୀଙ୍କୁ ବିଧାୟକମାନେ ନିଜେ ଯାଇ ରାସନକାର୍ଡ ବାଣ୍ଟିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.