ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି କୋଭିଡ ସଚେତନତା ଅଭିଯାନ । ଏହି ପରିପ୍ରେକ୍ଷୀରେ ଶନିବାର ଅଭିନ୍ନ ଚନ୍ଦ୍ର ହୋମିଓପାଥି ପ୍ରତିଷ୍ଠାନର ପ୍ରଫେସର ରାଜେନ୍ଦ୍ର ଦାସ କୋଭିଡରେ ହୋମପାଥି ଔଷଧ ସେବନ ଉପରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ‘କୋଭିଡ ପାଇଁ ନିର୍ଦ୍ଦିଷ୍ଟ ହୋମିଓପାଥି ଔଷଧ ନାହିଁ । ହୋମିଓପାଥି ଔଷଧ କେବଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବ । କୋଭିଡର ବିଭିନ୍ନ ଲକ୍ଷଣ ପାଇଁ ବିଭିନ୍ନ ଔଷଧ ଦିଆଯାଇପାରିବ । ସାମାନ୍ୟ ଏବଂ ଆଦୌ କୋଭିଡ ଲକ୍ଷଣ ନଥିବା ଲୋକ ହୋମିଓପାଥି ଔଷଧ ଖାଇପାରିବେ । ଗୃହ ପୃଥକବାସରେ ଥିବା କୋଭିଡ ପଜିଟିଭ ରୋଗୀ ହୋମିଓପାଥି ଔଷଧ ଖାଇପାରିବେ ।’
ଏହା ସହ ଏଲୋପାଥି ସହ ମଧ୍ୟ ହୋମିଓପାଥି ଖାଇହେବ ବୋଲି କହିଛନ୍ତି ପ୍ରଫେସର ରାଜେନ୍ଦ୍ର ଦାସ । ସେ କହିଛନ୍ତି, ଏଲୋପାଥି ଏକ ସାମଗ୍ରିକ ଲକ୍ଷଣଭିତ୍ତିକ ଚିକିତ୍ସା ପଦ୍ଧତି । ଏଲୋପାଥି ସହ ହୋମିଓପାଥି ଔଷଧର କୌଣସି ପ୍ରତିକ୍ରିୟା ନାହିଁ । କେବଳ କ୍ୟାନ୍ସର ଓ ଷ୍ଟରଏଡ୍ ଚିକିତ୍ସା ବେଳେ ହୋମିଓପାଥି ଫଳଫ୍ରଦ ହୋଇନପାରେ । କ୍ୟାନସର ଓ ଷ୍ଟରଏଡ୍ ଚିକିତ୍ସା ବେଳେ ବି ହୋମିଓପାଥିର ପ୍ରତିକ୍ରିୟା ହୁଏ ନାହିଁ ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୦୩ ନୂଆ ପଜିଟିଭ ଚିହ୍ନଟ ହୋଇଥିବାବେଳେ । ଆକ୍ଟିଭ କେସ ୨୬୯୬୫ ରେ ପହଞ୍ଚିଛି । ଏହା ସହ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୪୭୦୫ ରେ ପହଞ୍ଚିଛି ଏବଂ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧୨୨୮୯୭୬ ପହଞ୍ଚିଛି ।