fbpx

ND TV ସେୟାର କିଣିବାରେ ଦରକାର ନାହିଁ… ଏମିତି କାହିଁକି କହିଦେଲେ ଅଦାନୀ ଗ୍ରୁପ?

ନୂଆଦିଲ୍ଲୀ: ND TVର ସେୟାର କିଣିବା ପାଇଁ ଆୟକର ବିଭାଗର ମଞ୍ଜୁରୀ ଆବଶ୍ୟକତା ନାହିଁ । ବିଭାଗ ପକ୍ଷରୁ ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ ବୋଲି କୁହାଯାଇଛି । ଏ ନେଇ ଅଦାନୀ ଗ୍ରୁପ ଏକ ବୟାନ ଜାରି କରିଥିବା ବେଳେ ଏହାକୁ ଆୟକର ବିଶେଷଜ୍ଞମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି । ଚାନେଲର ପ୍ରତିଷ୍ଠାତାମାନଙ୍କୁ ୪୦୩ କୋଟିରୁ ଅଧିକ ଟଙ୍କା ଋଣ ଦେଇଥିଲା ବିସିପିଏଲ । କିନ୍ତୁ ଏହି ଋଣ ପରିଶୋଧ କରି ନ ପାରିବାରୁ ଚାନେଲର ୨୯.୧୮ ପ୍ରତିଶତ ଅଂଶ ହାସଲ କରିବା ପାଇଁ ବିସିପିଏଲକୁ ଅନୁମତି ମିଳିଥିଲା ।

ତେବେ ଅଦାନୀ ଗ୍ରୁପ ଏହି ଅଧିକାରର ପ୍ରୟୋଗ କରୁଥିବା ବେଳେ ଏଭଳି ଅଧିଗ୍ରହଣ ପାଇଁ ଆୟକର ବିଭାଗରୋକ ଲଗାଇଥିବା କହିଛି ND TV । ND TVରେ RRP ହୋଲ୍ଡିଂ ପ୍ରାଇଭେଟ ଲିମିଟେଡର ସେୟାର ଉପରେ ଲାଗୁ ହୋଇଥାଏ । ଏହାଦ୍ୱାରା କୌଣସି ପ୍ରକାର ବିସିପିଏଲକୁ ଇକ୍ୱିଟି ସେୟାର ଆବଣ୍ଟନ ପ୍ରତିବନ୍ଧ ନଥାଏ ବୋଲି ବିଶ୍ୱପ୍ରଧାନ କମର୍ସିଆଲ ପ୍ରାଇଭେଟ ଲିମିଟେଡ ପ୍ରକାଶ କରିଛି ।

ତେବେ ଏହିସବୁ ଆଦେଶ କେବଳ RRPR ବିପକ୍ଷରେ ଜାରି କରାଯାଇଥିବା କହିଛି ଅଦାନୀ ଗ୍ରୁପ । ତେବେ ND TVର ସେୟାର ଉପରେ ନିରନ୍ତର ମାଲିକାନା ବଜାୟ ରଖିବା ପାଇଁ ଏପରି ହୋଇଥିବା କୁହାଯାଇଛି । ଅନ୍ୟ ପକ୍ଷରେ ଏହି ମାମଲାରେ ଅଦାନୀ ଗ୍ରୁପକୁ ଆୟକର ବିଶେଷଜ୍ଞ ମଧ୍ୟ ସମର୍ଥନ ଜଣାଇଛନ୍ତି । କିନ୍ତୁ ବ୍ୟକ୍ତିଗତ ଭାବେ ପ୍ରଣୟ ରାୟ କିମ୍ବା ରାଧିକା ରାୟଙ୍କ ବିରୋଧରେ ଏହି ଆଦେଶ ଜାରି କରାଯାଇ ନାହିଁ ।

Get real time updates directly on you device, subscribe now.