fbpx

ୟୁପି ନିର୍ବାଚନ: ଇଭିମଏ ପ୍ରୋଟୋକଲକୁ ନେଇ ତ୍ରୁଟି ହୋଇଥିଲା, ସ୍ଵୀକାର କଲେ ବାରାଣସୀ କମିଶନର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଠିକ୍ ପୂର୍ବରୁ ବାରଣାସୀ ସମେତ ଅନ୍ୟ ଜିଲ୍ଲାରେ ଇଭିଏମର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଥିଲା। ଏପରିକି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଆହ୍ଵାନ କ୍ରମେ ସପା କର୍ମୀ ବାରାଣସୀରେ ଖୁବ୍ ବିରୋଧ ପ୍ରଦର୍ଶନ ସହ ନାରାବାଜି କରିଛନ୍ତି।

ମତଗଣନା ସ୍ଥଳଠୁ ନେଇ ବାରାଣସୀର ଅନେକ ଅଞ୍ଚଳରେ ସପା କାର୍ଯ୍ୟକର୍ତ୍ତା ରାସ୍ତାକୁ ଓହ୍ଲାଇ ଖୁବ୍ ହଙ୍ଗାମା କରିଛନ୍ତି। ଏହି ସମୟରେର ବାରାଣସୀର ମଣ୍ଡଳ ଆୟୋଗ ଦୀପକ ଅଗ୍ରଓ୍ଵାଲଙ୍କ ବୟାନ ଖୁବ୍ ଚର୍ଚ୍ଚାରେ ରହିଛି। ସେ ମିଡିଆରେ ଇଭିଏମ ପ୍ରୋଟୋକଲରେ ତ୍ରୁଟି ଥିବା ସ୍ଵୀକାର କରିଛନ୍ତି। ତାଙ୍କର ଏହି ବୟାନ ଖୁବ୍ ଭାଇରାଲ୍ ହୋଇଛି।

ବାରାଣସୀରେ ଗତ ବିଳମ୍ବିତ ରାତିରେ ମତଗଣନା ସ୍ଥଳ ନିକଟରେ ସପା କର୍ମୀଙ୍କ ହଙ୍ଗାମା ସମୟରେ ମିଡିଆରେ ସହ ଆଲୋଚନା କରି ବାରାଣସୀର ମଣ୍ଡଳ ଆୟୋଗ ଦୀପକ ଅଗ୍ରଓ୍ଵାଲ କହିଛନ୍ତି, ପୋଲିଂରେ ବ୍ୟବହାର ଇଭିଏମର ତାଲିକା ଅଟକା ଯାଇଥିବା ଗାଡିରେ ରଖା ହୋଇଥିବା ଇଭିଏମ ସହ ମିଳାଇ ନିଅନ୍ତୁ। ଏହା ପରେ ଯଦି ଗୋଟିଏ ବି ନମ୍ବର ଏପଟ ସେପଟ୍ ହୁଏ ମୁଁ ସବୁ ଦୋଷ ମାନିବାକୁ ପ୍ରସ୍ତୁତ।

ଏଠାରେ ସମସ୍ତ ପାର୍ଟିର ଏଜେଣ୍ଟ ମଧ୍ୟ ବସିଛନ୍ତି। ଅଗ୍ରଓ୍ଵାଲ ଏହା ସ୍ଵୀକାର କରିଛନ୍ତି ଯେ, ଇଭିଏମର ପ୍ରୋଟୋକଲରେ ତ୍ରୁଟି ହୋଇଛି।  ଏହାର ରିପୋର୍ଟ ମଧ୍ୟ ମୁଁ ପଠାଇ ସାରିଛି। ମୁଁ ଦୃଢତାର ସହ କହିବି ଯେ, ମତଦାନ ହୋଇଥିବା ଇଭିଏମରେ କୌଣସି ଗଡବଡ ହୋଇ ନାହିଁ। କାରଣ ଷ୍ଟ୍ରଙ୍ଗ ରୁମରେ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି।

ପୂରା ମାମଲା କଣ

ବାରାଣସୀର ପାହାଡିଆ ମଣ୍ଡିରେ ସ୍ଥିତ ଖାଦ୍ୟ ଗୋଦାମ ନିକଟରେ ସପା କର୍ମୀ ସେହି ସମୟରେ ଖୁବ୍ ହଙ୍ଗାମା କରିଥିଲେ, ଯେତେବେଳେ ଖାଦ୍ୟ ଗୋଦାମର ଷ୍ଟୋରେଜରୁ ଇଭିଏମ କଢାଯାଇ ୟୁପି କଲେଜ୍ ସ୍ଥିତ ଟ୍ରେନିଂ ସ୍ଥଳକୁ ନିଆଯାଉଥିଲା। କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି ଯେ, ଇଭିଏମକୁ ପରିବର୍ତ୍ତନ କରାଯାଉଛି। ଏହି ମାମଲାକୁ ନେଇ ଜିଲ୍ଲାଧିକାରୀ ନିଜର ଲିଖିତ ବୟାନ ଦେଇ ସାରିଛନ୍ତି।

ଡିଏମ କୌଶଲ ରାଜ ଶର୍ମା କହିଛନ୍ତି, ପ୍ରଶିକ୍ଷଣ ପାଇଁ ଇଭିଏମ ମଣ୍ଡିରେ ଥିବା ଅଲଗା ଖାଦ୍ୟ ଗୋଦାମରେ ନିର୍ମିତ ଷ୍ଟୋରେଜରୁ ଇଭିଏମ ୟୁପି କଲେଜ୍ ଯାଉଥିଲା। କିଛି ରାଜନୈତିକ ଲୋକ ଗାଡି ଅଟକାଇ ଏହା ନିର୍ବାଚନରେ ବ୍ୟବହୃତ ଇଭିଏମ କହି ଗୁଜବ ପ୍ରଚାର କରିଥିଲେ।

 

Get real time updates directly on you device, subscribe now.