fbpx

ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ପାଠ ପଢି ପାରୁ ନାହାଁନ୍ତି କି? ସରକାରଙ୍କ ଏହି ୫ ଛାତ୍ରବୃତ୍ତି ପୂରା କରିବ ଆପଣଙ୍କ ଆଶା

ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଆପଣ ଅଧିକ ପାଠ ପଢି ପାରୁ ନାହାଁନ୍ତି କି? ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ବର୍ତ୍ତମାନ ଆମେ ଆପଣଙ୍କୁ ଭାରତ ସରକାରଙ୍କ କିଛି ଛାତ୍ରବୃତ୍ତି ବିଷୟରେ କହିବାକୁ ଯାଉଛୁ । ଯାହା ମାଧ୍ୟମରେ ଆପଣ ଆପଣଙ୍କ ଉଚ୍ଚଶିକ୍ଷାକୁ ସହଜରେ ପୂରା କରିପାରିବେ । ଏହି ଆର୍ଟିକିଲରେ, ଆମେ ଦେଶର ଶ୍ରେଷ୍ଠ ୫ ଛାତ୍ରବୃତ୍ତି ବିଷୟରେ କହିବୁ, ଯାହା ସାହାଯ୍ୟରେ ଆପଣ ଆପଣଙ୍କ ସ୍ୱପ୍ନକୁ ସହଜରେ ପୂରଣ କରିପାରିବ ।

ପ୍ରାଇମିନିଷ୍ଟର ରିସର୍ଚ୍ଚ ଫେଲୋସିପ୍:-
ପ୍ରାଇମିନିଷ୍ଟର ରିସର୍ଚ୍ଚ ଫେଲୋସିପ୍ ମାଧ୍ୟମରେ ଆପଣ ଆପଣଙ୍କର ଉଚ୍ଚଶିକ୍ଷା ପୂରା କରିପାରିବେ । ଯଦି ଆପଣ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ PhD କରିବାକୁ ଚାହୁଁଛନ୍ତି, ତେବେ PMRF ଆପଣଙ୍କୁ ସାହାଯ୍ୟ କରିବ । ଏହି ଫେଲୋସିପ୍ ଆପଣଙ୍କୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ବୌଷୟିକ ଗବେଷଣାକୁ ପ୍ରୋତ୍ସାହିତ କରିବା ।

ନେସନାଲ ମିନ୍ସ କମ ମେରିଟ୍ ସ୍କଲାରସିପ୍:-
ଏହି ସ୍କିମକୁ ଭାରତ କେନ୍ଦ୍ର ସରକାର ପ୍ରାୟୋଜିତ କରିଛନ୍ତି । ଏହି ଯୋଜନା ଗରିବ ପିଲାମାନଙ୍କ ପାଇଁ । ଏହା ଅଧୀନରେ ସରକାର ପ୍ରତିବର୍ଷ ୧ ଲକ୍ଷ ଛାତ୍ରଙ୍କୁ ନ୍ୟାସନାଲ ମିନ୍ସ-କମ-ମେରିଟ ସ୍କଲାରସିପ୍ ପ୍ରଦାନ କରନ୍ତି ।

ପ୍ରି-ମ୍ୟାଟ୍ରିକ୍ ସ୍କଲାରସିପ୍ :-
ଏହି ସ୍କିମର ଉଦ୍ଦେଶ୍ୟ ହେଉଛି ମଧ୍ୟପ୍ରଦେଶ ରାଜ୍ୟର ପଛୁଆ ବର୍ଗର ଛାତ୍ରମାନଙ୍କୁ ଭାରତରେ ପ୍ରାଥମିକ ସ୍ତରରେ ପଢୁଥିବା ଛାତ୍ରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା । ଗୋଟିଏ କଥା ମନେ ରଖିବାକୁ ହେବ ଯେ କେବଳ ସେହି ଛାତ୍ରମାନେ ଯେଉଁମାନେ ୪୦ ପ୍ରତିଶତ କିମ୍ବା ଅଧିକ ଅକ୍ଷମ ଅଟନ୍ତି ସେମାନେ ଏହି ବୃତ୍ତିର ଲାଭ ପାଇ ପାରିବେ ।

ଇନ୍ସପେୟାର ସ୍କଲାରସିପ୍ :-
ଗଣିତ, ପରିସଂଖ୍ୟାନ, ପଦାର୍ଥ ବିଜ୍ଞାନ ଇତ୍ୟାଦିରେ ସ୍ନାତକୋତ୍ତର କିମ୍ବା ଇଣ୍ଟିଗ୍ରେଟେଡ୍ ପୋଷ୍ଟ ଗ୍ରାଜୁଏସନ୍ କ୍ଲାସରେ ଆଡମିଶନ ନେଇଥିବା ସେହି ଛାତ୍ରଙ୍କୁ ଏହା ଦିଆଯାଏ > ଏହି ଲୋକମାନେ ବାର୍ଷିକ ୬୦ ହଜାର ଟଙ୍କା ନଗଦ ଓ ପ୍ରୋଜେକ୍ଟ ପାଇଁ ୨୦ ହଜାର ଟଙ୍କା ପାଆନ୍ତି ।

ସିଙ୍ଗିଲ୍ ଗାର୍ଲ ଚାଇଲ୍ଡ ସ୍କଲାରସିପ୍:-
ଆମ ଦେଶର ଝିଅମାନଙ୍କୁ ଶିକ୍ଷା ମାଧ୍ୟମରେ ସଶକ୍ତ କରିବା ଲକ୍ଷ୍ୟରେ ଇନ୍ଦିରା ଗାନ୍ଧୀ ସିଙ୍ଗିଲ୍ ଗାର୍ଲ ଚାଇଲ୍ଡ ସ୍କଲାରସିପ୍ ଆରମ୍ଭ ହୋଇଥିଲା । ସିଙ୍ଗିଲ୍ ଗାର୍ଲ ଚାଇଲ୍ଡ ସ୍କଲାରସିପ୍ ସ୍କିମର ଲାଭ ସେହି ଝିଅମାନଙ୍କ ପାଇଁ, ଯେଉଁମାନେ ଦଶମ ଶ୍ରେଣୀରେ ୬୦ ପ୍ରତିଶତ ମାର୍କ ରଖିଛନ୍ତି ।

 

 

Get real time updates directly on you device, subscribe now.