fbpx

ଆପଣଙ୍କ ଫୋନ୍ ପାଇଁ ବିପଦ ହୋଇପାରେ ଏହି ୭ଟି ଆପ୍! ଗୁଗୁଲ କରିଛି ବ୍ୟାନ୍, ଆପଣ ବି କରନ୍ତୁ ଡିଲିଟ୍

ନୂଆଦିଲ୍ଲୀ: କରୋନା ପରଠାରୁ ଅଧିକାଂଶ କାମ ଅନଲାଇନ୍ ଜରିଆରେ ହେଉଛି । ଯାହାଫଳରେ ଲୋକ ମାନେ ଅଧିକ ସମୟ ବିଭିନ୍ନ ଆପ୍ ଓ ଅନଲାଇନ୍ ପ୍ଲାଟଫର୍ମ ଗୁଡ଼ିକରେ ବିତାଉଛନ୍ତି । ଏହାର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ଅନଲାଇନ୍ ଠକେଇ କରୁଛନ୍ତି ଓ ଆପ୍ ଗୁଡ଼ିକ ସହାୟତାରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି । ତେଣୁ ଏହିସବୁ ଠାରୁ ଦୂରେଇ ରହିବା ଆବଶ୍ୟକ । ହେଲେ ଗୁଗୁଲ ପ୍ଲେ ଷ୍ଟୋର୍ ରେ ଏପରି କିଛି ଆପ୍ ରହିଛି ଯାହା ଯୋଗୁଁ ଆପଣ ଠକେଇର ଶିକାର ହୋଇପାରନ୍ତି । ତେଣୁ ଏହିସବୁ ଆପ୍ କୁ ଗୁଗୁଲ ବ୍ୟାନ୍ କରିଛି ।

ଏଥିସହିତ ଗୁଗୁଲ୍ ଜନସାଧାରଣଙ୍କୁ ଏହିଭଳି ଆପ୍ କୁ ନିଜ ଫୋନ୍ ରୁ ଡିଲିଟ୍ କରିବାକୁ ଅପିଲ୍ କରୁଛି । ଲଗାତର ଭାବରେ ଏବେ ପ୍ଲେ ଷ୍ଟୋରରୁ ଅନେକ ଗୁଡ଼ିଏ ଆପ୍ କୁ ହଟାଯାଇଛି । ଏହି କ୍ରମରେ ୭ଟି ମାଲୱେୟାର୍ ଆପ୍ କୁ ପ୍ଲେ ଷ୍ଟୋରରୁ ହଟାଯାଇଛି । ଏନେଇ ସୂଚନା ଦେଇଛନ୍ତି ମାଲୱେୟାର୍ ବିଶେଷଜ୍ଞ ତାତ୍ୟାନା ଶିଶକୋୱା । ଏହି ୭ଟି ଆପ୍ ଜୋକର ମାଲୱେରୟାର୍ ଦ୍ୱାରା ପ୍ରଭାବିତ ରହିଛନ୍ତି ।

ହେଲେ ଚିନ୍ତାର ବିଷୟ ଯେ, ଲକ୍ଷ ଲକ୍ଷ ଲୋକ ଏହାକୁ ଡାଉନଲୋଡ୍ କରିଛନ୍ତି । ତେଣୁ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଏବେ ଆଦୌ ସୁରକ୍ଷିତ ନୁହେଁ । ତେବେ ସେହି ୭ଟି ଆପ୍ ହେଉଛି :

୧. Now QRcode Scan (୧୦,୦୦୦ ରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି )

୨. EmojiOne Keyboard(୫୦,୦୦୦ ରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି)

୩. Battery Charging Animations Battery Wallpaper (୧,୦୦୦ ରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି)

୪. Dazzling Keyboard(୧୦ ରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି)

୫. Volume Booster Louder Sound Equalizer (୧୦୦ ରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି)

୬. Super Hero-Effect (୫,୦୦୦ ରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି)

୭. Classic Emoji Keyboard (୫,୦୦୦ ରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି).

Get real time updates directly on you device, subscribe now.