ଏହି ୮ ପ୍ରାଥମିକ ଲକ୍ଷଣରୁ ଜଣାପଡ଼େ ମୁଖ କର୍କଟ ଅଣଦେଖା କଲେ…

ମୁଖ କର୍କଟ ରୋଗର ଲକ୍ଷଣଗୁଡ଼ିକ ହେଉଛି ଲଗାତର ମୁଖ ଘାଆ ଯାହା ଶୁଖିଯାଏ ନାହିଁ। ପାଟି କିମ୍ବା ଓଠରେ ଗଣ୍ଠି କିମ୍ବା ଘନତା, ଲାଲ କିମ୍ବା ଧଳା ଦାଗ ଏବଂ ଚୋବାଇବାରେ କଷ୍ଟ ହୋଇପାରେ। ଗିଳିବା କିମ୍ବା କହିବାରେ କଷ୍ଟ ହୁଏ। ତେଣୁ ଯଦି ଏହି ଲକ୍ଷଣଗୁଡ଼ିକ ଲାଗି ରହେ, ତେବେ ଡାକ୍ତରଙ୍କୁ ଦେଖା କରିବା ଗୁରୁତ୍ୱପୂର୍ଣ୍ଣ। ଘା ମୁହଁ କିମ୍ବା ଓଠରେ ହୋଇଥିଲେ କିଛି ସପ୍ତାହ ମଧ୍ୟରେ ଭଲ ହୁଏ ନାହିଁ। ତେଣୁ ଏଗୁଡ଼ିକ ମୁଖ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ମୁଖ କର୍କଟ ଏକ ଅବସ୍ଥା ଯେଉଁଥିରେ ମୁଖ ଭିତରେ କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଇବା ଆରମ୍ଭ କରନ୍ତି। ମୁଖ କର୍କଟ କେବଳ ପାଟିରେ ନୁହେଁ ବରଂ ଓଠ, ମାଢ଼ି ଏବଂ ଜିଭରେ ମଧ୍ୟ ହୋଇପାରେ।

୧. ଦାନ୍ତ ଢିଲା ହେବା: ଯଦି ଦାନ୍ତ ହଠାତ୍‌ ଢିଲା ହୋଇଯାଉଛି, ତେବେ ଏହା ମୁଖ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ।

୨. ବେକ ଚାରିପାଖରେ ଗଣ୍ଠି ଦେଖାଯିବା: ଯଦି ଆପଣ ପାଟି କିମ୍ବା ବେକରେ କୌଣସି ସ୍ଥାନରେ ଗଣ୍ଠି ଦେଖନ୍ତି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ କାରଣ ଏହା ବହୁତ ବିପଦଜନକ ପ୍ରମାଣିତ ହୋଇପାରେ।

୩. ଓଠରେ ଫୁଲା କିମ୍ବା ଘାଆ ଯାହା ଶୁଖି ପାରୁନାହିଁ।

୪.ଗିଳିବାରେ କଷ୍ଟ କିମ୍ବା ଯନ୍ତ୍ରଣା

୫.କଥାବାର୍ତ୍ତାରେ ପରିବର୍ତ୍ତନ

୬.ପାଟିରେ ରକ୍ତସ୍ରାବ କିମ୍ବା କାଲୁଆ ଲାଗିବା

୭.ଜିଭ କିମ୍ବା ମାଢ଼ିରେ ଧଳା କିମ୍ବା ଲାଲ ଦାଗ

୮.କୌଣସି ସ୍ପଷ୍ଟ କାରଣ ବିନା ଓଜନ ହ୍ରାସ।

ମୁଖ କର୍କଟ ରୋଗର କାରଣ:
ଅତ୍ୟଧିକ ତମାଖୁ କିମ୍ବା ମଦ୍ୟପାନ, ମାନବ ପାପିଲୋମାଭାଇରସ (HPV)ଏପଷ୍ଟାଇନ-ବାର ଭାଇରସ (EBV), ମୁହଁ ଭଲ ଭାବେ ପରିଷ୍କାର ନ କରିବା, ମାଢ଼ି ରୋଗ, ଖରାରେ ଅଧିକ ବୁଲିବା, ଅତ୍ୟଧିକ ଗୁଆ ଖାଇବା ଦ୍ୱାରା ମୁଖ କର୍କଟ ହୋଇଥାଏ।