fbpx

ଏହି ଅଭ୍ୟାସ ଗୁଡିକ ଜଣେ ବ୍ୟକ୍ତିଙ୍କୁ ଧନୀ କରିଥାଏ, ଖର୍ଚ୍ଚ ସତ୍ତ୍ୱେ ବ୍ୟାଙ୍କରେ ବୃଦ୍ଧି ପାଏ ସଞ୍ଚୟ

Advertisement

ଦିନକୁ ଦିନ ବଢୁଥିବା ଖର୍ଚ୍ଚ ବ୍ୟକ୍ତିର ପକେଟ ଖାଲି କରିଦେଇଥାଏ । ପ୍ରାୟତଃ ଲୋକଙ୍କ ଠାରୁ ଏହା ଶୁଣିବାକୁ ମିଳେ ଯେ, ଟଙ୍କା ଏଠୁ ଆସି ଏଠି ସରିଗଲା । କିନ୍ତୁ ଆପଣ ଜାଣନ୍ତି କି? ବେଳେବେଳେ କିଛି ତ୍ରୁଟି ହେତୁ ଜଣେ ବ୍ୟକ୍ତି ବେତନରୁ ସଞ୍ଚୟ କରିବାରେ ସକ୍ଷମ ହୁଏ ନାହିଁ । ଅପଚୟ ଖର୍ଚ୍ଚ ୧୦ ଦିନରେ ଦରମାକୁ ଶେଷ କରିଦିଏ । ଯଦି ଏହି ଘଟଣା ଆପଣଙ୍କ ସହ ଘଟେ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏହି ସମସ୍ୟାର ଅନେକ ପ୍ରତିକାରକୁ ବାସ୍ତୁରେ କୁହାଯାଇଛି ।

ବାସ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, ବଡ ସଞ୍ଚୟ କରିବାକୁ ହେଲେ କେବଳ ନିଜ ଅଭ୍ୟାସକୁ ଟିକିଏ ଉନ୍ନତ କରିବାକୁ ପଡିବ । ଏହି ଅଭ୍ୟାସଗୁଡିକ ଗ୍ରହଣ କରି, ଆପଣ ଅପଚୟ ଖର୍ଚ୍ଚ ବନ୍ଦ କରିପାରିବେ । ଆହୁରି ମଧ୍ୟ, ଆପଣ କମ୍ ବେତନରେ ଭଲରେ ବଞ୍ଚିପାରିବେ ଏବଂ ସେଥିରେ ମଧ୍ୟ ସଞ୍ଚୟ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହିପରି କିଛି ବାସ୍ତୁ ପ୍ରତିକାର ବିଷୟରେ ।

ବାସ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ଆପଣ ଅପଚୟ ଖର୍ଚ୍ଚର ଅସୁବିଧାରେ ପଡ଼ନ୍ତି, ତେବେ ରାତିରେ ଶୋଇବା ପୂର୍ବରୁ ପାଦ ଧୋଇ ଦିଅନ୍ତୁ । ଏବଂ ବିଛଣା ଉପରକୁ ଯିବା ପୂର୍ବରୁ ପାଦକୁ ଭଲ ଭାବରେ ପୋଛି ଦିଅନ୍ତୁ । କୁହାଯାଏ ଏହା ମନକୁ ଶାନ୍ତ କରିଥାଏ ଏବଂ ଥକ୍କାପଣ ଦୂର କରିଥାଏ । ବ୍ୟକ୍ତିକୁ ଭଲ ନିଦ ଆସିଥାଏ । ନିଦ ଭଲ ଯେତେବେଳେ ମଣିଷକୁ ହୁଏ ସେତେବେବେଳେ ବ୍ୟକ୍ତିର ମନ ଖୁସି ରହେ, ଏହାଦ୍ୱାରା ମଣିଷ ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ କରିବାକୁ ସକ୍ଷମ ହୋଇଥାଏ ।

ଯଦି ଆପଣ ନିଜ ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଚାହୁଁଛନ୍ତି, ତେବେ ଘର ବାହାରେ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ । ଏଣେତେଣେ ଅଳିଆ ପକାନ୍ତୁ ନାହିଁ ଏବଂ ଘରେ ନିୟମିତ ପୂଜା କରନ୍ତୁ । ଏହା ସହିତ ଘରର ମୁଖ୍ୟ ଦ୍ୱାରରେ ନିୟମିତ ଗଙ୍ଗା ପାଣି ଛିଞ୍ଚନ୍ତୁ । ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ଆସିଥାନ୍ତି ।

ଶାସ୍ତ୍ରରେ କୁହାଯାଇଛି ଯେ, ଘରେ ନିୟମିତ ପୂଜା କରିଲେ, ଘରେ ସକରାତ୍ମକ ଶକ୍ତି ରହିଥାଏ। ସକାଳେ ଏବଂ ସନ୍ଧ୍ୟାରେ କର୍ପୁର ଆରତୀ କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଏ । ଏହି ପ୍ରତିକାର ପରିବାରର ଅଗ୍ରଗତି ପାଇଁ ବାଟ ଖୋଲିଥାଏ ଏବଂ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ ।

Get real time updates directly on you device, subscribe now.