fbpx

ଘରେ ଥିଲେ ଏହି ହର୍ବାଲ ପ୍ଲାଣ୍ଟ୍‌, ବର୍ଷା ଦିନେ ପାଖ ମାଡ଼ିବେ ନାହିଁ ମଶା ଓ ମାଛି

ଓଡ଼ିଶା ଭାସ୍କର: ବର୍ଷା ଦିନେ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ଅଧିକ ଥାଏ । ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ହେବା ଯୋଗୁଁ ଥଣ୍ଡା, କାଶ, ଜ୍ୱର ସହ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ବର୍ଷା ଦିନେ ମଶା ଓ ମାଛିଙ୍କ ଆତଙ୍କ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ସାବଧାନତା ଅବଲମ୍ବନ କରିବା ଜରୁରୀ । ଏପରି କିଛି ଇଣ୍ଡୋର ହର୍ବାଲ ପ୍ଲାଣ୍ଟ୍ ଅଛି ଯାହାକୁ ଘରେ ଲଗାଇବା ଦ୍ୱାରା ମଶା ଓ ମାଛିଙ୍କ ଦାଉରୁ ରକ୍ଷା ପାଇ ପାରିବା ।

୧. ତୁଳସୀ: ସାଧାରଣତଃ ଅଧିକାଂଶ ଘରେ ତୁଳସୀ ପୂଜା ହୋଇଥାଏ । ଔଷଧୀୟ ଗୁଣରେ ଭରପୁର ତୁଳସୀ ଘରୁ ମଶା ଓ ମାଛିଙ୍କୁ ଦୂରେଇ ରଖିବାରେ ସହାୟକ ହୋଇଥାଏ । ତେଣୁ ଘର ବାହାରେ ଓ ଭିତରେ ତୁଳସୀ ଗଛ ରଖନ୍ତୁ ।

୨. ରୋଜମେରୀ: ସାଧାରଣତଃ ରୋଜମେରୀ କେଶ ଯତ୍ନ ଏବଂ ଖାଦ୍ୟରେ ବ୍ୟବହାର କରିଥାଉ । ଏହାର ଙ୍ଗକ୍ଟକ୍ଟୟଚ୍ଚ ଗ୍ଦଜ୍ଞରକ୍ଷକ୍ଷ ମଶା ଏବଂ ଅନ୍ୟ କୀଟକୁ ଦୂରେଇ ରଖିବାରେ ସହାୟକ ହୋଇଥାଏ ।

୩. ଲେମନ୍ ଗ୍ରାସ୍‌: ସୁଗନ୍ଧରେ ଭରା ଲେମନ୍ ଗ୍ରାସ୍ ଘରୁ ମଶା ଓ ମାଛି ଦୂରେଇ ରଖିବାରେ ସହାୟକ ହୋଇଥାଏ ।

୪. ଲେଭେଣ୍ଡର ଗଛ: ଘରେ ଲେଭେଣ୍ଡର ପ୍ଲାଣ୍ଟ ଥିଲେ ଏହାର ସୁଗନ୍ଧରୁ କୀଟ- ପତଙ୍ଗ ଦୂରେଇ ଥାନ୍ତି । ଏହା ବ୍ୟତୀତ ରାତିରେ ଭଲ ନିଦ ବି ହୋଇଥାଏ ।

୫. ଗେଣ୍ଡୁ ଫୁଲ: ମଶା ଓ ମାଛିଙ୍କ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ଘରେ ଗେଣ୍ଡୁ ଗଛ ଲଗାଇପାରିବେ । ଗେଣ୍ଡୁ ଫୁଲର ବାସ୍ନା ମଶାଙ୍କୁ ପସନ୍ଦ ନୁହେଁ ।

୬. ପୁଦିନା: ପୁଦିନା ପତ୍ରର ଫ୍ରେଶ୍ ଏବଂ ଷ୍ଟ୍ରଙ୍ଗ୍ ସୁଗନ୍ଧ ଘରେ ମଶା ଏବଂ ମାଛିର ପ୍ରବେଶରେ ବାଧା ସୃଷ୍ଟି କରିଥାଏ । ତେଣୁ ଘରେ ପୁଦିନା ପ୍ଲାଣ୍ଟ୍ ଲଗାଇବା ଏକ ଉତ୍ତମ ବିକଳ୍ପ ।

Get real time updates directly on you device, subscribe now.